ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ :୫ ଆହତ

ହାଟଡିହି (ବିକାଶ ବିଶ୍ବାଳ) ଆଜି ଭୋର ସମୟରେ ରୋଗୀ ଧରି ଡାକ୍ତରଖାନା ଯାଉଥିବା ବେଳେ ନନ୍ଦିପଦା ଟୁକୁଣା ନିକଟରେ ଗଛକୁ ଧକ୍କା ଦେଇ ଓଲଟିଛି ୧୦୮ ଆମ୍ବୁଲାନସ। ଏଥିରେ ଚାଳକ ଓ ଫାର୍ମାସିଷ୍ଟଙ୍କ ସମେତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମଧ୍ଯ ଆହତ ହୋଇଛନ୍ତି। ସୂଚନା ଅନୁଯାଇ ନସିରପୁର  ଗ୍ରାମର ସାଗର ଦାସ ଅସୁସ୍ଥ ଥିବାରୁ ପରିବାର ଲୋକେ ୧୦୮ଆମ୍ବୁଲାନ୍ସ ଡକାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଉଥିଲେ।  ଆମ୍ବୁଲାନ୍ସ ରେ ସାଗରଙ୍କ  ଦୁଇ ସମ୍ପର୍କୀୟ ନିରାକାର ଦାସ, ସରୋଜିନୀ ଦାସ ମଧ୍ୟ ଥିଲେ।  ଡାକ୍ତରଖାନା ଯାଉଥିବା ବେଳେ ଆମ୍ବୁଲାନ୍ସଟି ଟୁକୁଣା ନିକଟରେ ଏକ ଗଛକୁ ଧକ୍କା ଦେଇ ଓଲଟି ପଡିଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ସମସ୍ତେ ଆହତ ହୋଇଥିଲେ। ଡ଼୍ରାଇଭର ଓ ଫାର୍ମାସିଷ୍ଟ ଆନନ୍ଦପୁର ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୧୧୨ଯୋଗେ ରୋଗୀ ଓ ସେମାନଙ୍କ ଦୁଇ ସମ୍ପର୍କୀୟଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ସମ୍ପର୍କରେ ଜଣା ପଡିନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ