ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ପ୍ରଦାନ
ବାଲେଶ୍ଵର (ସରୋଜ ପଣ୍ଡା): ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ ଆଇଆରସିଟିସି ପକ୍ଷରୁ ଏକ ସେମି ଲାଇଫ ସପୋର୍ଟ ସିଷ୍ଟମ ଆମ୍ବୁଲାନ୍ସ ଜିଲ୍ଲା ଚିକିତ୍ସାଳୟକୁ ପ୍ରଦାନ କରିଛନ୍ତି। ଉକ୍ତ ଲୋକାର୍ପଣ ଉତ୍ସବରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରା, ପୁର୍ବତନ ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ଓ ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧୀକାରୀଣୀ ରିତୁ ଚୌହାନ, ବାଲେଶ୍ଵର ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରଭାତ କୁମାର ବେହେରା, ସହ ଅଧିକାରୀ ଡ଼ାକ୍ତର ଗିରିଜା ଶଙ୍କର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ ପ୍ରବକ୍ତା ବିଭୁପଦ ଦାସ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ନାରୀନେତ୍ରୀ ସୁଷମା ରାଣୀ ବିଶ୍ବାଳ, ମମତା ମହାପାତ୍ର, ଜିଲ୍ଲା ସମ୍ପାଦକ ବିଜୟ ସାହୁ ଓ ସସ୍ମିତା ଚାନ୍ଦ, ଚନ୍ଦ୍ରଶେଖର ନନ୍ଦ, ରଣଜିତ ପୃଷ୍ଟି ଉପସ୍ଥିତ ଥିଲେ। ଲୋକାର୍ପଣ କାର୍ଯ୍ୟକ୍ରମ ଉପରାନ୍ତେ ଆମ୍ବୁଲାନ୍ସର ମାଲିକାନା ସ୍ୱତ୍ୱ ବାଲେଶ୍ଵର ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରଭାତ କୁମାର ବେହେରାଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରଭାତ କୁମାର ବେହେରା ସାଂସଦଙ୍କୁ ତାଙ୍କର ସ୍ବାସ୍ଥ୍ୟସେବା ପାଇଁ ଅନବରତ ଅବଦାନକୁ ଧନ୍ୟବାଦ ଜଣାଇଥିଲେ।