ସାହିକୁ ଆମ୍ବୁଲାନ୍ସ ଆମ୍ବୁଲାନ୍ସ: ରାସ୍ତାରେ ଛୁଆ ଜନ୍ମକଲେ ମହିଳା
କଲ୍ୟାଣସିଂହାଡର (ଏଙ୍କେଟେଶ୍ୱର ପାଢ଼ୀ ): ତତ୍କାଳୀନ ସରକାର ବିକାଶର ଦ୍ୱାହି ଦେଇ ଡିମ୍ଡିମ ପିଟୁଥିଲା। ରାଜ୍ୟର ସମସ୍ତ ଗ୍ରାମରେ ରାସ୍ତା ଘାଟ କରି ଉନ୍ନତି ହୋଇଛି ବୋଲି କହୁଥିଲେ ଓ ନିର୍ବାଚନ ମଧ୍ୟ ଜିତୁଥିଲେ। କିନ୍ତୁ କୌଣସି ଉପାନ୍ତ ଅଞ୍ଚଳ କଥା ଆମେ କହୁନୁ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦର ପଞ୍ଚାୟତ ରେ ସାହିକୁ ଯିବାପାଇଁ ରାସ୍ତା ଖଣ୍ଡିକ ନଥିବାରୁ ଆଜି ଏକ ଅଭାବନୀୟ ଘଟଣା ଘଟିଚିଥିବା ଦେଖିବାକୁ ମିଳିଛି। ବ୍ଲକ ସଦର ଚାଞ୍ଚଡା ସାହିରେ ଜଣେ ଗର୍ଭବତୀ ମହିଳା ରାତିଠାରୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ନିଜ ପରିବାର ଲୋକଙ୍କୁ କହିଥିଲା। ସକାଳୁ ଆମ୍ବୁଲାନ୍ସକୁ ଫୋନ କରି ଡ଼କା ହୋଇଥିଲା। କିନ୍ତୁ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରାସ୍ତା ଭଲ ନଥିବାରୁ ସାହିକୁ ଯାଇ ପାରିଲା ନାହିଁ। ସାହିରୁ ସ୍ୱାମୀ ସୁନୀଲ ପ୍ରସ୍କା ସ୍ତ୍ରୀ ବିନିତା ପ୍ରସ୍କାକୁ ନେଇ ଯାଆ ବାଙ୍ଗାରି ପ୍ରସ୍କା ଓ ଆଶାକର୍ମୀ ନବିନା ଦୀପ ଚାଲିଚାଲି ଅସମ୍ବୁଲାନ୍ସ ନିକଟକୁ ଆସୁଥିବା ନେଳେ ବାଟରେ ଶିଶୁ କନ୍ୟା ଜନ୍ମ କରିଥିଲେ। ପରେ ଆଶାକର୍ମୀ ନବୀନ ଦୀପ ଓ ପରିବାର ଲୋକ ଆମ୍ବୁଲାନ୍ସ ନିକଟକୁ ନେଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ। ଉଭୟ ମାଆ ଓ ଶିଶୁ ଭଲଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି।