ପାଠାଗାରର ଉନ୍ନତି ପାଇଁ ଆମେରିକା ପ୍ରଫେସରଙ୍କ ଏକଲକ୍ଷ ଟଙ୍କା ପ୍ରଦାନ

କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) : କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ଡାଇମଣ୍ଡ ଜୁବଲି ପାଠାଗାରର ଉନ୍ନତି ପାଇଁ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ଡ. ଦାସ କହିଛନ୍ତି ଡାଇମଣ୍ଡ ଜୁବଲି ପାଠାଗାରରେ ଅଧ୍ୟୟନ କରି ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ଦେଶବିଦେଶରେ ପ୍ରତିଷ୍ଠାଲାଭ କରିଛନ୍ତି। ସେ ମଧ୍ୟ ତାଙ୍କ ଛାତ୍ର ଜୀବନରେ ଏହି ପାଠାଗାରରେ ଅଧ୍ୟୟନ କରିଥିଲେ। ତେଣୁ ପାଠାଗାର ହେଉଛି ମଣିଷ ତିଆରି କାରଖାନା। ପାଠାଗାରର ଉନ୍ନତି ପାଇଁ ପ୍ରତିବ୍ୟକ୍ତିଙ୍କ ଯୋଗଦାନ ରହିବା ଉଚିତ। ଏହି ଅର୍ଥରାଶିକୁ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଡ. ଦାସଙ୍କ ଝିଆରୀ ମମତା ଦାସ ଓ ପୁତୁରା ଭୁବନମୋହନ ଦାସ ପାଠାଗାରର ସଭାପତି ଆଇନଜୀବୀ ସରୋଜରାଜ ସିଂ ଓ ସମ୍ପାଦକ ବୈଦ୍ୟନାଥ ଚାଟାର୍ଜୀଙ୍କୁ ପ୍ରଦାନ କରିଥିଲେ। ଅର୍ଥରାଶି ପ୍ରଦାନ ସମୟରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା, ସ୍ୱାଧୀନ ଦାଶ, ସଚ୍ଚିଦାନନ୍ଦ ବେହେରା, ଧିରେନ ସାହୁ, ମୁକ୍ତାର ଖାଁ, ଆଶିଷ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ