ବୁଡ଼ାଗୁଡା ମଣ୍ଡିରେ ଚାଷି ଭାଙ୍ଗିଦେଲେ ଏନାଲାଇଜର ମେସିନ: ତଦନ୍ତ ଆରମ୍ଭ କରିଛନ୍ତି ଜିଲାପାଳ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଗତ କିଛିଦିନ ଧରି ମଣ୍ଡି ପରିଚାଳନା ବନ୍ଦ ରହିଥିଲା। ଚାଷୀଙ୍କ ଟିକେନ ଆସିଥିଲା କିନ୍ତୁ ଲ୍ୟାମ୍ପକୁ ଟାର୍ଗେଟ ଆସିନଥିବାରୁ ଚାଷୀ ହନ୍ତସନ୍ତ ହେଉଥିଲେ। ଗତ ଦୁଇଦିନ ପୂର୍ବେ ଟାର୍ଗେଟ ଆସିବା ଓ ମୋଲର ଧାନ ଉଠାଇବାରୁ ସୁରୁଖୁରୁରେ ପରିସଯଳନା ହେଉଥିଲା। କିନ୍ତୁ ଆଜି ବୁଡ଼ାଗୁଡା ଆରଏମସି ୱାର୍ଡ ଠାରେ ଚାଷୀଙ୍କ ଧାନ କିଣା ଆରମ୍ବ ହୋଇଥିଲା। ଚାଷୀଙ୍କ ଧାନ ସରକାର କିଣିବା ପାଇଁ ଧାନର ମାନ ନିର୍ଣୟ କରିବା ପାଇଁ ବିଭିନ୍ନ ମେସିନ ଦ୍ୱାରା ପରୀକ୍ଷା ନୀରିକ୍ଷା କରି ସରକାର ଚାଷୀଙ୍କଠାରୁ ଭଲ ଧାନ କିଣି ଭଲ ଚାଉଳ ପ୍ରଦାନ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଜି କିଛି ଚାଷୀର ଧାନ ପରୀକ୍ଷା କରିବା ସମୟରେ ଏନଲାଇଜର ମେସିନ ଦ୍ୱାରା ପରୀକ୍ଷା କରିବା ସମୟରେ ଆଦ୍ରତା ଅଧିକ ଥିବାରୁ ଚାଷୀମାନେ ଉତ୍ୟକ୍ତ ହୋଇ ଉକ୍ତ ମେସିନ କୁ ଫପାଡିବା ସହ ଭାଙ୍ଗିଦେଇଥିବାରୁ ଘଟଣା ସ୍ଥଳରେ ଚାଷୀଙ୍କ ପକ୍ଷରୁ ଉତେଜନା ସୃଷ୍ଟି ହୋଇଥିଲା।ପରେ ନଡାଲ ଅଧିକାରୀ ସ୍ଥାନୀୟ ତହସିଲଦାର ମାନସରଞ୍ଜନ ମନସେଠ ଘଟଣା ସତଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ପରେ ଆରଏମସି ସମ୍ପାଦକ କେ. ସନ୍ୟାସୀରଜୁ, ବସନ୍ତକୁମାର ପାଳ ପହଁଚି ଚାଷୀଙ୍କ ସହ କଥାବାର୍ତ୍ତା କରି ଆଲୋଚନା କରିଥିଲେ। କୁଆଡେ ମିଳରମାନେ ଏନଲାଇଜର ମେସିନ ମାଧ୍ୟମରେ ଧାନ ପରୀକ୍ଷା କରି ପ୍ରଦାନ କଲେ ଆମେ ନେବୁ ବୋଲି ଅଭିଯୋଗ କରି ଭାଙ୍ଗି ଦେଇଥିଲେ ଚାଷୀ। ମେସିନ ଭୁଲ ଦେଖାଉଥିବା ଅଭିଯୋଗ କରି ସରକାରଙ୍କ ସମ୍ପତିକୁ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି।ଚାଷୀ ସଂଗଠନର ସଭାପତି ଶ୍ରନବାସ ଚୌଧୁରୀ, ଉପସଭାପତିଙ୍କ ନେତୃତରେ ବହୁ ଚାଷୀଙ୍କ ସମାବେଶରେ ଏହି ଘଟଣା ଘଟିଥିଲା। ସରକାର ନିୟମ ନୀତି ଅନୁଯାଇ ମଣ୍ଡି ପରିଚାଳନା ହେଉଥିବା ଲ୍ୟାମ୍ପ ଏମଡି ତାରିଣୀ ପ୍ରସାଦ ତ୍ରିପାଠୀ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଗୁରୁତର ନେଇ ବ୍ଲକର ସମସ୍ତ ମିଳରଙ୍କୁ ଡାକି ତଦନ୍ତ କରିଥିବା ଜଣା ପଡିଛି।ଚାଷୀଙ୍କ ସମସ୍ୟା ଓ ମଣ୍ଡି ପରିଚାଳନାରେ ଯୋଗାଣ, ଆରଏମସି ଓ ଲ୍ୟାମ୍ପ ବିଭାଗ କଣ ପଦକ୍ଷେପ ନେଇ ସୁରୁଖୁରୁରେ ମଣ୍ଡି ଚଲାଇବେ ଓ ଚାଷୀଙ୍କ ଧାନ କିପରି ଉଠିବ ଚାଷୀମାନେ ଅନାଇ ବସିଛନ୍ତି।


