ଆନନ୍ଦଜୀବନ ଡିଏଭି ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ବାର୍ଷିକ ଉତ୍ସବ
ହାଟଡିହି,(ଓ୍ବାଇଏନଏସ) : ଆନନ୍ଦଜୀବନ ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲ୍ର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳର ଅଧ୍ୟକ୍ଷ ମଧୁସୂଦନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଳକ୍ ଶିକ୍ଷା ଅଧୀକାରୀ ଧନେଶ୍ୱର ଖଣ୍ଡେଇ , ମୁଖ୍ୟବକ୍ତା ଭାବେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ କମଳ ଲୋଚନ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଶିକ୍ଷାବିତ ନିରାକାର ଜେନା, ସ୍କୁଲ୍ର ପରିଚାଳନା ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ଜେନା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସ୍ବପ୍ନ ଦେଖନ୍ତୁ ଓ ତାକୁ ସାକାର କରିବାକୁ ଚେଷ୍ଟା କରନ୍ତୁ ସଫଳତା ନିଶ୍ଚୟ ଆସିବ ବୋଲି କହିଥିଲେ । ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଠନ ରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭୂମିକା ଠାରୁ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ତେଣୁ ଅଭିଭାବକ ମାନେ ଅଧିକ ଯନ୍ବାନ ହେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲ୍ର ପରିଚାଳନା ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ଜେନା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶ୍ରୀସନ୍ଥ କୁମାର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ। ଚିତ୍ତରଞ୍ଜନ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଯାଇଥିଲା। ବିଭୂତି ଭୂଷଣ ବେହେରା, ସୁବ୍ରତ କୁମାର ଚୌଧୁରୀ, କଳ୍ପନା ମିଶ୍ର, ସଂଯୁକ୍ତା ସାନ୍ତରା, ଅର୍ପିତା ସ୍ବାଇଁ, ଅମ୍ରିତା ରାଉତ, ରଶ୍ମିତା ସାହୁ, ସୋନାଲି ତ୍ରିପାଠୀ, ଶ୍ରାବଣୀ ଧଳ, ପରିଚାଳକ ପ୍ରମୋଦ ସାହା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହାୟିକା କବିତା ଜେନା, ମଞ୍ଜୁଲତା ନାୟକ, ମୁନା ଦଳେଇ, ଗୌତମ ଜେନା, ରବୀନ ଦଳେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


