ଆନନ୍ଦପୁର ବ୍ଲକ ବିଜେପିର ମିଶ୍ରଣ ପର୍ବ: ବିଜେପିରେ ମିଶିଲେ ସରପଞ୍ଚ ଓ ସମିତି ସଭ୍ୟ

ହାଟଡିହି (ଓ୍ବାଇଏନଏସ) ଆନନ୍ଦପୁର ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଆନନ୍ଦପୁର ବ୍ଲକ ସାଂସଦ ପ୍ରତିନିଧି ଟୁକୁନା ମହାନ୍ତଙ୍କ ସଂଯୋଜନାରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଆଲୋକ ସେଠୀ, ବେଲବାହାଳି ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରମଣି ସେଠୀଙ୍କ ଉପସ୍ଥିତିରେ ଆନନ୍ଦପୁର ବ୍ଲକ ପଞ୍ଚପୁଲ୍ଲୀ ପଞ୍ଚାୟତର ସରପଞ୍ଚ ବ୍ରଜକିଶୋର ପାଢ଼ୀ, ସମିତି ସଭ୍ୟ ସୁକାନ୍ତ ମହାପାତ୍ର ବିଜେପିରେ ସାମିଲ ହୋଇଥିଲେ। ସାଂସଦ  ଅନନ୍ତ ନାୟକ ଏବଂ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀଯୁକ୍ତ ଆଲୋକ ସେଠୀ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ