ଏକାଠି ହେଲେ ଆନନ୍ଦପୁରର ଠିକାଦାର: କାର୍ଯ୍ୟବନ୍ଦ ନିଷ୍ପତି

ହାଟଡିହି  (ଓ୍ବାଇଏନଏସ): ସରକାର ଠିକାଦାର ମାନଙ୍କ ପାଇଁ ଆଣିଛନ୍ତି ନୂଆ ନିୟମ। କିଛି ନିୟମକୁ ଠିକାଦାର ମାନେ ସ୍ୱାଗତ କରୁଥିବା ବେଳେ ଆଉ କିଛି ନିଷ୍ପତିକୁ ମାନୁ ନାହାନ୍ତି ଠିକାଦାର। ଯାହାକୁ ନେଇ ଠିକାଦାର ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ସରକାର ନିଷ୍ପତିରେ ପରିବର୍ତନ ନକରିବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି ଠିକାଦାର ସଙ୍ଘ।  ଆଜି ଆନନ୍ଦପୁର ଉପଖଣ୍ଡର ରାମଚଣ୍ଡୀ ପୀଠରେ ତିନିଶହରୁ ଉର୍ଦ୍ଧ ଠିକାଦାର ଏକଜୁଟ ହୋଇ ରାଜ୍ୟସଙ୍ଘ ନେଇଥିବା ନିଷ୍ପତିକୁ ସମର୍ଥନ କରିଛନ୍ତି। ସଂଘର ସଭାପତି  ଗଦାଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଧବଳେଶ୍ୱର ପଟ୍ଟନାୟକ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପରେ ସମସ୍ତ ଠିକାଦାର ମାନେ ଧାର୍ଯ୍ୟ ଦରରେ ଟେଣ୍ଡର ପକାଇବା ପାଇଁ ନିଷ୍ପତି ନେଇଥିଲେ। ଯେଉଁ ଠିକାଦାର ସଂଘର ନିଷ୍ପତି ନମାନି ଜିରୋ ପରସେଣ୍ଟ ରୁ ଅଧିକ ଲେସ ରେ ଟେଣ୍ଡର ପକାଇବେ ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଥିଲା। ସେହିପରି ମିଳିତ ମଞ୍ଚ ଓ ଅଲ ଓଡିଶା ଠିକାଦାର ମହାସଂଘ ପକ୍ଷରୁ ଯେଉଁ ୮ ଦଫା ଦାବି ନେଇ ଆନ୍ଦୋଳନ କରାଯାଉଛି ତାକୁ ଆନନ୍ଦପୁର ସଂଘ ପକ୍ଷରୁ ଦୃଢ଼ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତି ନିଆଯଇଥିଲା। ଆସନ୍ତା ମାର୍ଚ୍ଚ ୩ତାରିଖ ଠାରୁ ଆନନ୍ଦପୁର, ଘସିପୁରା, ହାଟଡିହି, ଘଟଗାଁ, ହରିଚନ୍ଦନପୁର ବ୍ଲକ ଅଞ୍ଚଳରେ ଚାଲୁଥିବା ସମସ୍ତ ନିର୍ମାଣାଧୀନ ଠିକାକମକୁ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଥିଲେ। ଏହି ଅବସରରେ ପ୍ରତି ବ୍ଲକରୁ ୧୦ ଜଣ ଲେଖାଏଁ ସଭ୍ୟଙ୍କୁ ନେଇ ଏକ କୋରକମିଟି ଗଠନ କରାଯିବା ସହିତ ଆସନ୍ତା ୫ ତାରିଖ ଦିନ ପରବର୍ତ୍ତି ବୈଠକ ଘସିପୁରା ଝାଡ଼େଶ୍ଵର ମନ୍ଦିର ନିକଟରେ କରାଯିବାକୁ ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ ସୁଧାକର ଓଝା, ନିକୁଞ୍ଜ ବିହାରୀ ଓଝା, ଦେବେନ୍ଦ୍ର କୁମାର ଜେନା, ସଞ୍ଜୟ କୁମାର ମିଶ୍ର, ଗଗନ ବିହାରୀ ଭୂୟାଁ, ରବୀନ୍ଦ୍ର କୁମାର ସାହୁ, ଦେବେନ୍ଦ୍ର କୁମାର ଜେନା, ମିହିର କୁମାର ରାଉତ, ଗଜେନ୍ଦ୍ର ସାହୁ,  ମନମୋହନ ବରାଳ, ଦେବ କୁମାର ଘଡେଇ, ସହଦେଵ ଦାସ, ଚିନ୍ମୟ ନାୟକ, ଦେଶବନ୍ଧୁ ଦେବଦାସ ପାତ୍ର, ପ୍ରଦୀପ କୁମାର ସାହୁ ସାହୁ, ନିରଞ୍ଜନ ମିଶ୍ର, ଦେବେନ୍ଦ୍ର ରାମ, ପ୍ରଶନ୍ନ ମିଶ୍ର, ରବିନ୍ଦ୍ର ଖୁଣ୍ଟିଆ, ବିଷ୍ଣୁ ସେଠୀ, ସଂଗ୍ରାମ ଲେଙ୍କା, ବିନୟ ନାୟକ, ଅରୁପାନନ୍ଦ ଧଳ, ପ୍ରଶାନ୍ତ ସ୍ୱାଇଁ, ପରମେଶ୍ୱର ମଲ୍ଲିକ, ସୁରେନ୍ଦ୍ର ଭୂୟାଁ, ଅନିଲ ନାୟକ, ଉମାକାନ୍ତ ଜେନା, ନିଶିକାନ୍ତ ସ୍ୱାଇଁଙ୍କ ସମେତ ପାଞ୍ଚୋଟି ଯାକ ବ୍ଲକର ସମସ୍ତ ବର୍ଗର ଠିକାଦାର ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ