ଶ୍ରୀ ଦୁର୍ଗା ଯୁଏଲର୍ଷ ମାଲିକଙ୍କୁ ଉଠାଇ ନେଲା ଆନ୍ଧ୍ର ପୋଲିସ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା – ଛଣମେରି ଗାଁ ରାସ୍ତାରେ ଥିବା ଶ୍ରୀ ଦୁର୍ଗା ଯୁଏଲର୍ସ୍ ର ମାଲିକ ଙ୍କୁ ଗୁରୁବାର ଅପରାହ୍ନ ରେ ଆନ୍ଧ୍ର ପ୍ରଦେଶ କାଶୀବୁଗା ଥାନା ର ସ୍ଵତନ୍ତ୍ର ପୋଲିସ ସ୍କ୍ୱାର୍ଡ ଗିରଫ କରି ଉଠାଇ ନେଇଥିବା ଜଣାପଡିଛି।ସୁନା ବ୍ୟବସାୟୀ ଜଣକ ହେଲେ ଖଜୁରୀପଦା ଗାଁ ର ପବିତ୍ର ବିଷୋୟୀ।ଆନ୍ଧ୍ର ପ୍ରଦେଶ କାଶୀବୁଗା ଥାନା ଇଲାକାରେ ସଂଘଟିତ ଏକାଧିକ ଚୋରି ଓ ରାହାଜାନୀ ଘଟଣାରେ   ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ବହୁ ପରିମାଣର  ସୁନା ଗହଣା କୁ ସମ୍ପୃକ୍ତ ଦୋକାନୀ କ୍ରୟ କରିଥିବା ଜଣାପଡିବା ପରେ ଆନ୍ଧ୍ର କାଶୀବୁଗା ଥାନା ପୋଲିସ ଟିମ୍ ଧରିଥିବା ଜଣେ ଅଭିଯୁକ୍ତ ଙ୍କୁ ସାଙ୍ଗରେ ନେଇ ଆନ୍ଧ୍ର ପୋଲିସ ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମରେ ପହଞ୍ଚିଥିଲେ । ଅଭିଯୁକ୍ତ  ଜଣକ ସୁନା ଗହଣା ବିକ୍ରି କରିଥିବା ସୁନା ଦୋକାନ କୁ ଚିହ୍ନଟ କରିବା ସହ ବ୍ୟବସାୟୀ ଙ୍କୁ ପୋଲିସ ଅଧିକାରୀ ଙ୍କୁ ଦେଖାଇଥିଲେ। ପୋଲିସ ସୁନା ବ୍ୟବସାୟୀ ଙ୍କୁ  ଉଠାଇ ନେଇ ତଦନ୍ତ କରିଥିଲେ। ସେ ତଦନ୍ତରେ ପ୍ରଥମେ କୌଣସି ସହଯୋଗ କରିନଥିଲେ କିମ୍ବା ଅଭିଯୁକ୍ତ ମାନଙ୍କ ନିକଟରୁ  କ୍ରୟ କରିଥିବା ସୁନା ଗହଣା ଦେଖାଇନଥିଲେ। । ପରେ ସେ ସବୁ କଥା ମାନି ନେଇଥିଲେ।  ବିଳମ୍ବିତ ସନ୍ଧ୍ୟାରେ ଆନ୍ଧ୍ର ପୋଲିସ ବ୍ୟବସାୟୀ ଙ୍କୁ ନେଇ ଦିଗପହଣ୍ଡି ଥାନାରେ ପହଞ୍ଚିବା ସହ ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ , ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଙ୍କ ସହ ସବିଶେଷ ଆଲୋଚନା କରି ଫେରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ