ଆନ୍ଧ୍ରପ୍ରଦେଶ ଜାତୀୟ ରାଜପଥ ପାଲଭାଲସାରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ମୃତ, ଛଅ ଗୁରୁତର

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ )ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଟେକଲି ନିକଟସ୍ଥ ପାଲଭାଲସା ନିକଟରେ ଚିକିଟି ବ୍ଲକ ପାଟିସୁନପୁର  ରୁ ବିଶଖାପାଟଣା ଯାଉଥିବା D L 11 C A 2018 ସ୍କ୍ରପିଓ ଦୁର୍ଘଟଣା ଗ୍ରସ୍ତ ହୋଇଛି.ଏହି ମର୍ମନ୍ତୁଦ ଦୁର୍ଘଟଣା ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି.ମୃତକ ଦୁଇ ଜଣ ହେଲେ ଡବ୍ଲୁ.ଡାଳୟା ଓ ଡବ୍ଲୁ ମୋହିନାମ୍ମା.ଆହତ ଛଅ ଜଣ ହେଲେ ଡ୍ରାଇଭର ଡି.ଭେଙ୍କଟସ,ବି.ଭାରତୀ,ଡବ୍ଲୁ.ନୀଳାଦ୍ରି,ଡି.ରାମରାଓ, ମୃତକ ଡାଲୟା ଙ୍କ ସ୍ତ୍ରୀ ଡବ୍ଲୁ.ମୁତ୍ୟାଲମ୍ମା ଓ ବି.ଚନ୍ଦ୍ରମଣି. ଶନିବାର ମଧ୍ୟ ରାତ୍ରି  ସମୟ ରେ ଡବ୍ଲୁ. ଡାଳୟା ଙ୍କୁ ପାରାଲିସିସ ଆଟାକ ହେବା ପରେ ପରିବାର ଲୋକ ମିଶି ବିଶାଖାପାଟଣା ଚିକିତ୍ସା ପାଇଁ ସ୍କ୍ରପିଓ ରେ ଦେଢ଼ଟା ବେଳେ ବାହାରି ଥିଲେ.ଅଢେଇ ଘଣ୍ଟା ବେଳେ ପଲାସା ଓ ଟେକଲି ଜାତୀୟ ରାଜପଥ ମଧ୍ୟ ରେ ପାଲଭାଲସା ନିକଟରେ ରାସ୍ତା ପାର୍ଶ୍ଵ ରେ ଠିଆ ହୋଇଥିବା ଆଇଚର ଟ୍ରକ କୁ ଡ୍ରାଇଭର ଙ୍କ ଆଖି ଲାଗିଯିବା ଫଳରେ ଭାରସାମ୍ୟ ହରେଇ ଧକ୍କା ଦେଇଥିଲା ସ୍କ୍ରପିଓ.ଫଳରେ ଘଟଣା ସ୍ଥଳ ରେ ଦୁଇ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଗୁରୁତର ଭାବେ ଆହତ ହୋଇଥିଲେ.ସ୍ଥାନୀୟ ଲୋକ ଓ ନନ୍ଦିଗ୍ରାମ ପୋଲିସ ସହାୟତା ରେ ଆହତ ଙ୍କୁ ଟେକଲି ମେଡିକାଲ କୁ ନିଆଯାଇଥିଲା.ଅବସ୍ଥା ଗୁରୁତର ହେବା ଫଳରେ ଡି.ରାମରାଓ ଙ୍କୁ ଶ୍ରୀକାକୁଲମ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି.ଟେକଲି ରେ ଚିକିତ୍ସାଧୀନ ବାକି ପାଞ୍ଚ ଜଣ ଙ୍କୁ ବ୍ରହ୍ମପୁର ବଡମେଡିକେଲ  ମଧ୍ୟ ରବିବାର ଅଣାଯାଇଛି ଓସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି.ନନ୍ଦୀଗ୍ରାମ ପୋଲିସ ମୃତକ ଙ୍କ ଶବ ପୋଷ୍ଟ ମୋର୍ଟମ କରି ପରିବାର ଲୋକଙ୍କୁ  ସନ୍ଧ୍ୟା ସୁଦ୍ଧା ହସ୍ତାନ୍ତର କରିଥିବା ସୂଚନା ରହିଛି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ