ଅଙ୍ଗନବାଡ଼ି କେନ୍ଦ୍ରର ନାହଁ ନିଜସ୍ଵ ଗୃହ : କର୍ମୀଙ୍କ ଘରେ ଚାଲିଛି କେନ୍ଦ୍ର
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ପରିଚାଳିତ ହେଉଛି। କୋମଳମତି ଶିଶୁ ମାନଙ୍କୁ ଅପପୁଷ୍ଟି କୁପୋଷଣ ରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଚାଲୁ ରଖିଛନ୍ତି। ସରକାର ଅଙ୍ଗନବାଡ଼ି କେନ୍ଦ୍ର ଖୋଲି ଚାଲିଛନ୍ତି ସତ କିନ୍ତୁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ପାଇଁ ସ୍ବତନ୍ତ୍ର ଗୃହ ଯୋଗାଇ ଦେବା ଦିଗରେ ଗୁରୁତ୍ବ ଦେଉ ନଥିବାରୁ ଆଜିବି ଅନେକ ଅଙ୍ଗନବାଡ଼ି କେନ୍ଦ୍ର କ୍ଲବ ଘର ଠାରୁ ଆରମ୍ଭ କରି ବିଦ୍ୟାଳୟ ର ଅଦରକାରୀ ଗୃହ ତା ସହିତ ଅଙ୍ଗନବାଡ଼ି କର୍ମୀ ଙ୍କ ବାରଣ୍ଡାରେ ବସାଉ ପ୍ରିସ୍କୁଲ ଶିକ୍ଷା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ଅସନପାଟ ପଞ୍ଚାୟତ ର ମାମୁଳିଯୋଡା ସାହି ପାଇଁ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ର ର ନିଜସ୍ଵ ଗୃହ ନଥିବାରୁ ଏହି କେନ୍ଦ୍ର ରେ ପ୍ରିସ୍କୁଲ ଶିକ୍ଷା ଗ୍ରହଣ କରୁଥିବା ପିଲା ମାନେ କେତେବେଳେ ବ୍ଲକ ଘରେ ତ କେତେବେଳେ କର୍ମୀ ଙ୍କ ଘର ବାରଣ୍ଡାରେ ବସି ପ୍ରିସ୍କୁଲ ଶିକ୍ଷା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଏହି କେନ୍ଦ୍ର ଟି କୁ ବିଭାଗ ମଞ୍ଜୁର କରିବା ସହିତ ୨୦୨୧ ମସିହା ରୁ କେନ୍ଦ୍ର ଆରମ୍ଭ ହୋଇ ଚାଲି ଆସୁଛି। କେନ୍ଦ୍ର ଆରମ୍ଭ ହେବା ସମୟରେ ସାହି ରେ ରହିଥିବା କ୍ଲବ ଘରେ ଚାଲୁଥିଲା। ସେଠାରେ କିଛି ଦିନ ଚାଲିବା ପରେ କର୍ମୀ ନିଜସ୍ଵ ଘରେ ବର୍ତ୍ତମାନ କେନ୍ଦ୍ରକୁ ଚାଲୁ ରଖିଛନ୍ତି। କେନ୍ଦ୍ର ଟି ଘରେ ଚାଲୁଥିବାରୁ ବିଦ୍ୟାଳୟ ର ପରିବେଶ ସୃଷ୍ଟି ହୋଇ ପାରୁ ନାହିଁ। ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସରକାର ଭଳିକି ଭଳି ଖେଳନା ଠାରୁ ଆରମ୍ଭ କରି ଦୋଳି ମ୍ୟୁଜିକ ଯୋଗାଇ ଦେଇଛନ୍ତି। କିନ୍ତୁ କର୍ମୀ ଙ୍କ ଘରେ ଆବଶ୍ୟକ ସ୍ଥାନ ନଥିବାରୁ ପିଲା ମାନେ ଦୋଳି ଖେଳ ମ୍ୟୁଜିକ ମାଧ୍ୟମରେ ନାଚ ଗୀତ କରି ପାରୁ ନାହାନ୍ତି।ଏହି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସ୍ବତନ୍ତ୍ର ଗୃହ ଯୋଗାଇ ଦେବା ପାଇଁ ବାରମ୍ବାର ବ୍ଲକ ପ୍ରଶାସନ କୁ ଅବଗତ କରିବା ପରେ ମଧ୍ୟ କେନ୍ଦ୍ର ପାଇଁ ଗୃହ ଯୋଗାଇ ଦେବା ଦିଗରେ ବ୍ଲକ ପ୍ରଶାସନ ସଫଳ ହୋଇପାରି ନଥିବା ଦେଖିବାକୁ ମିଳିଛି।ଏହି କେନ୍ଦ୍ର ଉପରେ ବର୍ତ୍ତମାନ ୯ ଜଣ ପ୍ରତି ସ୍କୁଲ ଶିକ୍ଷା ଗ୍ରହଣ କରୁଥିବା ବେଳେ ୨ ଜଣ ଗର୍ଭବତୀ ଓ ୬ ମାସରୁ ୩ ବର୍ଷ ମଧ୍ୟରେ ୧୦ ଜଶ ଶିଶୁ ନିର୍ଭର କରୁଛନ୍ତି। ମାମୁଳିଯୋଡା ସାହି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସ୍ବତନ୍ତ୍ର ଗୃହ ଯୋଗାଇ ଦେବା ପାଇଁ ସାହି ବାସିନ୍ଦା ଙ୍କ ତରଫରୁ ଦାବି ହେଉଛି।