ସିଙ୍ଗଡୋବ ଗାଁରେ ଅଙ୍ଗନବାଡି ବିବାଦ: ପ୍ରଶାସନ ନିଷ୍ପତି ଉପରେ ପ୍ରଶ୍ନ ଉଠାଇଲେ ନୂଆ ସିଂଡୋବ ବାସିନ୍ଦା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ନୂଆ ସିଙ୍ଗଡୋବ ଗ୍ରାମରେ ଅଙ୍ଗନବାଡି ଗୃହ ନିର୍ମାଣକୁ ନେଇ ଗ୍ରାମର ଦୁଇଟି ୱାର୍ଡ ଭିତରେ ବିବାଦ ତୀବ୍ର ହୋଇଛି। ଏପରି ଅବସ୍ଥାରେ ପ୍ରଶାସନ ସମାଧାନ କରିବା ପରିବର୍ତ୍ତେ ଏକ ପାଖିଆ ନିଷ୍ପତି ନେଉ ଥିବାରୁ ନୂଆ ସିଂଡୋବର ଲୋକ ମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ସେମାନଙ୍କ ଅଭିଯୋଗ ଅନୁଯାଇ ଏଠାରେ ଥିବା ଅଙ୍ଗନବାଡି କେନ୍ଦ୍ରଟି ନୂଆ ସିଙ୍ଗଡୋବ ସ୍କୁଲ ପରିସରରେ ଦୀର୍ଘ ତିରିଶ ବର୍ଷରୁ ଉର୍ଦ୍ଧ ସମୟ ଧରି ଚାଲିଥିବା ବେଳେ ପ୍ରତିବର୍ଷ ୱାରୀ ହିସାବ ଅନୁଯାଇ ନୂଆ ସିଂ ଡୋବର ଛାତ୍ରଛାତ୍ରୀ ଙ୍କ ସଂଖ୍ୟା ପୂର୍ବରୁ ଅଧିକ ଥିଲେ। କିନ୍ତୁ ବର୍ତ୍ତମାନ ଛୁଆ ସଂଖ୍ୟା କମି ଯାଇଥିବାରୁ ବିଭାଗୀୟ ଅଧିକାରୀ ଅଙ୍ଗନବାଡି ୩୦ ବର୍ଷ ଧରି ଚାଲିଥିବା ଅଙ୍ଗନବାଡି କେନ୍ଦ୍ରଟିକୁ ପୁରୁଣା ସିଂଡୋବ ଅର୍ଥାତ ୧୨ ନମ୍ବର ୱାର୍ଡକୁ ନେବାକୁ ନିଷ୍ପତି ନେଇଛନ୍ତି। ଯାହାକି ସମ୍ପୂର୍ଣ୍ଣ ଅଯୁକ୍ତିକର ଓ ବେଆଇନ। ଏପରି ନିଷ୍ପତି ୧୧ନମ୍ବର ୱାର୍ଡ ବାସୀଙ୍କ ମନରେ ଗଭୀର ଆଘାତ ଦେଉଛି। ଯଦି କେଉଁ ବର୍ଷ କେଉଁ ଅଙ୍ଗନବାଡି ରେ ଛୁଆ କମିଯିବେ ତାହେଲେ କଣ ଅଙ୍ଗନବାଡି କେନ୍ଦ୍ର ସ୍ଥାନ ପରିବର୍ତନ ହୋଇଯିବକି ବୋଲି ୱାର୍ଡ ସଭ୍ୟ ଅକ୍ଷୟ ଖଟୁଆ, ମନୋରଞ୍ଜନ ଦେହୁରୀ, ଚିତ୍ରସେନ ଖଟୁଆ, ଚନ୍ଦନ ଖଟୁଆ, ପାଗଳ ଖଟୁଆ, ବିନୋଦ ଖଟୁଆ, ଭୀମସେନ ଖଟୁଆ, ଗଣେଷ ଖଟୁଆ, ପବନା ଖଟୁଆ, ମହେଶ୍ୱର ବେହେରା, ଅଭିମନ୍ୟୁ ଦେହୁରୀ, ପ୍ରମୁଖ ପ୍ରଶ୍ନ କରିଛନ୍ତି। ଯଦି ଦୁଇ ସାହି ଭିତରେ ବିବାଦ ହେଉଛି ତେବେ ମଧ୍ୟସ୍ଥଳରେ କରାଯାଉ ବୋଲି ସେମାନେ ପ୍ରଶାସନ କୁ ଅନୁରୋଧ କରିଛନ୍ତି।


