ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁଷ୍କର୍ମ ପାଇଁ ଧମକ:ମାମଲା ରୁଜୁ କଲା ପୁଲିସ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁ ରେ  ଜଣେ ଅଙ୍ଗନୱାଡ଼ି କର୍ମୀ ଙ୍କୁ ଗ୍ରାମର ସନ୍ତୋଷ କୁମାର ବିଷୋୟୀ ଘରେ ପଶି ଦୁଷ୍କର୍ମ ପାଇଁ  ଧମକ ଦେଇଥିବା ଅଭିଯୋଗ ହୋଇଛି।ଅଙ୍ଗନୱାଡ଼ି କର୍ମୀ ଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୨୬୭/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗତ ବୁଧବାର ସନ୍ତୋଷ ହାତରେ ଏକ କାତି ଧରି ଅଙ୍ଗନୱାଡ଼ି କର୍ମୀ ଙ୍କ ଘର ଗ୍ରିଲ କୁ ବାଡାଇବା ସହ ତାଙ୍କୁ ନାନା ପ୍ରକାର ଅରୁଚିକର ମନ୍ତବ୍ୟ ଦେବା ସହ ଘର ଆଗରେ ଉଲଗ୍ନ ହୋଇ ଅକଥନୀୟ ଭାଷାରେ ଗାଳି କରିଥିଲେ।ସେ ପ୍ରତିବାଦ କରିବାରୁ ତାଙ୍କୁ ସେ ଟଣାଓଟରା କରିଥିଲେ।ପରେ ତାଙ୍କୁ ଏବଂ ତାଙ୍କ ପୁଅ ଙ୍କୁ ହତ୍ୟା ଧମକ ଦେଇଥିବା  ଏତଲାରେ ଉଲ୍ଲେଖ ରହିଛି। ଅଙ୍ଗନୱାଡ଼ି କେନ୍ଦ୍ର କୁ ଗଲା ବେଳେ ସନ୍ତୋଷ ସଦା ସର୍ବଦା ତାଙ୍କୁ ପିଛା କରି ଅଶ୍ଳିଳ ମନ୍ତବ୍ୟ ଦେବା ସହ କଟୁ ମନ୍ତବ୍ୟ ଦେଇ ଆସୁଥିବା  ଅଙ୍ଗନୱାଡ଼ି କର୍ମୀ ଜଣକ ପୋଲିସ କୁ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ