ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ହାଟଡ଼ିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବେଲମଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଜେନାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ପ୍ରାକ୍ତନ ଏ ବି ଇ ଓ ଚତୁର୍ଭୁଜ ପହିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ଭାବେ ଶିକ୍ଷାବିତ ମୋହନ ଚରଣ ମହାନ୍ତି, ମୁଖ୍ୟବକ୍ତା ଭାବେ ସୁସାହିତ୍ୟକ ନାରାୟଣ ଚନ୍ଦ୍ର ଲେଙ୍କା, ସମ୍ମାନୀତ ଅତିଥି ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ହାଟଡିହି ଶାଖାର ସଭାପତି ଶ୍ରୀକାନ୍ତ ବିଶ୍ଵାଳ ଓ ସଂଯୋଜକ ପ୍ରଦିପ କୁମାର ନାୟକ, ସୁରେନ୍ଦ୍ର ଶା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୁଦ୍ଧଦେବ ରାଉତ, କେଶବ ଚନ୍ଦ୍ର କର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନୁପମା ଭୂୟାଁ ପ୍ରମୁଖ ଯୋଗଦେଇ ପ୍ରଧାନ ଶିକ୍ଷକ ଙ୍କ ସମୟାନୁ ବର୍ତିତା , କର୍ତ୍ତବ୍ୟ ନିଷ୍ଟା, ଛାତ୍ର ବତ୍ସଳ ଓ ଶିକ୍ଷାଦାନ ପଦ୍ଧତି ଉନ୍ନତ ମାନର ଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ସବିତା ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅବସର ପ୍ରାପ୍ତ ଶିକ୍ଷକ ଗଦାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସୁରେନ୍ଦ୍ର କୁମାର ଜେନାଙ୍କୁ ମାନପତ୍ର ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା l ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l