ଅଙ୍ଗନୱାଡି କର୍ମୀଙ୍କ ଧାରଣା

ଛତ୍ରପୁର, (ଓ୍ବାଇଏନଏସ): ୨ ଦଫା ଦାବୀ ନେଇ ନିଖିଳ ଓଡିଶା ଅଙ୍ଗନୱାଡି ସଂଘ ଛତ୍ରପୁର ବ୍ଲକ କମିଟି ପକ୍ଷରୁ ଆଜି ସିଡିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି। ସୁନ୍ଦରପୁର ଅଂଚଳ ରେ ଦାୟିତ୍ୱ ରେ ଥିବା ଜୈନକ ଅଧିକାରୀଣି ଗ୍ରାମବାସୀ ଙ୍କୁ ଅଙ୍ଗନବାଡ଼ି କର୍ମୀ ବିରୁଦ୍ଧରେ ଉସକାଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟିକରୁଛନ୍ତି, ଫଳରେ ଗ୍ରାମବାସୀ ଓ କର୍ମୀ ଙ୍କ ଉପରେ ମାନସିକ ଚାପ ରହୁଥିଲା ବେଳେ ସରକାରୀ କାର୍ଯ୍ୟ ରେ ବାଧା ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଛନ୍ତି , ଏହାର ସମାଧାନ କରିବା ସହିତ ଉଚିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେମାନେ ଦାବୀ କରିଛନ୍ତି, ଏହି ଅବସର ରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଆନ୍ଦୋଳନ ସ୍ଥଳ କୁ ଯାଇ ଆନ୍ଦୋଳନରତ ଅଙ୍ଗନୱାଡି କର୍ମୀମାନଙ୍କୁ ବୁଝାସୁଝା କରିଥିଲେ । ଏହି ଆନ୍ଦୋଳନ ରେ ସଭାନେତ୍ରୀ ବାସନ୍ତୀ ସାହୁ, ସମ୍ପାଦିକା ମିନାକ୍ଷୀ ପ୍ରଧାନ, ଉପ ସଭାନେତ୍ରୀ ସଂଯୁକ୍ତା ପଟ୍ଟନାୟକ, ସହସମ୍ପାଦିକା କାମେଶ୍ୱର ରେଡି ଙ୍କ ସମେତ ବହୁ କର୍ମୀ ଓ ସହାୟିକା ମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ