ଭିଜିଲାନ୍ସ ଜାଲରେ ଅନୁଗୁଳ ସିଡିଏମଓ ଅଫିସର ଜୁନିଅର ଆସିଷ୍ଟାଣ୍ଟ

କଟକ, (ଓ୍ବାଇଏନଏସ): ଭିଜିଲାନ୍ସ ଜାଲରେ ଜୁନିଅର ଆସିଷ୍ଟାଣ୍ଟ । ଭିଜିଲାନ୍ସ ଜାଲରେ ଅନୁଗୁଳ ସିଡିଏମଓ ଅଫିସର ଜୁନିଅର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରା। ଏକାସାଙ୍ଗେ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାଲିଥିଲା ଚଢାଉ । ସୂଚନା ଅନୁଯାୟୀ, ୨ କୋଟି ୩୮ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଅନୁଗୁଳ ସିଡିଏମଓ ଅଫିସର ଜୁନିଅର ଆସିଷ୍ଟାଣ୍ଟ ଘରେ ଚଢାଉ ହୋଇଛି । ଏକାସାଙ୍ଗେ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ଏହି ରେଡରେ ୫ ଜଣ ଡିଏସଏସପି, ୮ ଜଣ ଇନ୍ସପେକ୍ଟର, ୧୪ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ତେବେ ଚଢାଉ ହୋଇଥିବା ସ୍ଥାନ ମଧ୍ୟରେ ଅନୁଗୁଳ ସହର ସ୍ଥିତ ହାକିମପଡାରେ ସୁବ୍ରତ କୁମାର ବେହେରାଙ୍କ ତିନି ମହଲା ଘର, ଅଫିସ୍ ସମେତ ବୋଣ୍ଡାରେ ଥିବା ସମ୍ପର୍କୀୟଙ୍କ ଘର, ଢେଙ୍କାନାଳ ହିନ୍ଦୋଳ ସ୍ଥିତ ପୈତୃକ ଘର, ଭୁବନେଶ୍ଵର ଶ୍ରୀ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘର ରହିଛି। ରେଡ୍ ବେଳେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ