ବନବିଭାଗ ପକ୍ଷରୁ ପଶୁ ଚିକିତ୍ସା ଶିବିର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଲଖାରୀ ଅଭୟାରଣ୍ୟ ସଂଲଗ୍ନ ଆଦିବାସୀ ବହୁଳ ପୋଡ଼ାଖାଲ ଓ କନିଆସାହି ଗ୍ରାମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଭୀଷ୍ମଗିରି ସେକ୍ସନ କାର୍ଯ୍ୟାଳୟ ପକ୍ଷରୁ ଦୁଇଦିନ ବ୍ୟାପୀ ଚାଲିଥିବା ପଶୁ ଚିକିତ୍ସା ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି। ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ. ନାଗ ରାଜୁ ଏବଂ ଚନ୍ଦ୍ରଗିରି ରେଞ୍ଜର ରୂପକ କୁମାର ପ୍ରଧାନ ଙ୍କ ନିର୍ଦ୍ଦେଶକ୍ରମେ ଭୀଷ୍ମଗିରି ଫରେଷ୍ଟର ଦେବାଶିଷ ଶତପଥି ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ ୫ ଶହ ରୁ ଉର୍ଦ୍ଧ୍ବ ଗୃହପାଳିତ ଗାଈ,ଗୋରୁ ଓ ଛେଳି ମାନଙ୍କୁ ଆବଶ୍ୟକ ଚିକିତ୍ସା କରାଯିବା ସହ ଚାଷୀ ମାନଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା। ଭୀଷ୍ମଗିରି ପଶୁ ଚିକିତ୍ସାଳୟ ର  ଡ଼ା.ଦୀପକ କୁମାର ପ୍ରଧାନ,କର୍ମଚାରୀ କୃଷ୍ଣଚନ୍ଦ୍ର ମହାରଣା,ବଳରାମ ମହାରଣା,ବାଲାଜୀ ଦୋରା ଓ ସୁବାସ ସେଠୀ ପ୍ରମୁଖ ଉପସ୍ଥିତ ରହି ଗୃହପାଳିତ ପଶୁ ମାନଙ୍କୁ ଚିକିତ୍ସା କରିଥିଲେ।ଫରେଷ୍ଟ ଗାର୍ଡ ଗିରିଜା ଶଙ୍କର ଦୋରା,ସରୋଜ ମଲ୍ଲିକ,ଲକ୍ଷ୍ମୀପତି ଗମାଙ୍ଗ,ପ୍ରିୟଦର୍ଶିନୀ ସ୍ବାଇଁ ଙ୍କ ସମେତ ପାରା ବନକର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ