ବାର୍ଷିକ ଉତ୍ସବ ପାଳିତ

ନାଉଗାଁ (ଓ୍ବାଇଏନଏସ):  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ଥିବା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କ କୋଚିଂ ପାଇଁ ଅଗ୍ରଣୀ ଶିକ୍ଷାନୁଷ୍ଠାନ କ୍ୟାରିୟର ଫୋକସର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନର ମୁଖ୍ୟ ନିର୍ଦେଶକ ଶଶିଭୂଷଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବ ମୁଖ୍ୟ ଅତିଥି ଭାବରେ ସମାଜସେବୀ ନରହରି ମିଶ୍ର, ଶିକ୍ଷାବିତ ପ୍ରଶାନ୍ତ କୁମାର ସାହୁ , ମୁଖ୍ୟ ବକ୍ତା ଶିକ୍ଷାବିତ ତଥା ପ୍ରକୃତିମିତ୍ର ସଂଯମ କୁମାର ମହାନ୍ତି  ଏବଂ ସୁସାହିତିକା ଶର୍ମିଷ୍ଠା ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀ ମାନେ ନିଜର ଉଜ୍ଜଳ ଭବିଷ୍ୟତ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ଭଲ ଉପଦେଶ ଦେଇଥିଲେ | ଅଧ୍ୟାପକ ଅଧ୍ୟାପିକା ଏବଂ ମହିୟସୀ ମହିଳା ସୌଭାଗ୍ୟ ମଞ୍ଜରୀ ମହାପାତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା | ଏହିସଭାକୁ ପରିଚାଳନା କରିଥିଲେ ଅନୁଷ୍ଠାନର ପରିଚାଳନା ନିର୍ଦେଶକ ସୁରେଶ କୁମାର ସିଂ, ହେମନ୍ତ କୁମାର ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ ବେଳେ ଅନୁଷ୍ଠାନର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ  |ଶେଷରେ ଅନୁଷ୍ଠାନର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ସଂଗୀତ ଏବଂ ନାଟକ “ଅରୁଣିମାର ପ୍ରଶ୍ନ” ମଞ୍ଚସ୍ଥ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ