ମା’ ଗରୁଡାଇଙ୍କ ବାର୍ଷିକ ଉତ୍ସବ
ବନ୍ତ (ୟୁଏନ୍ଏସ୍): ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବାଲିଗଢିଆସ୍ଥିତ ମା’ଗରୁଡାଇ ପୀଠରେ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଗୁରବାର ବାଲିଗଢିଆ ବଡ ପୁଷ୍ପରିଣୀରୁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ମଦନ ମୋହନ ବିଶ୍ୱାଳ, ରମାକାନ୍ତ ବିଶ୍ୱାଳ, ନାରାୟଣ ରାଉତ, ନୃସିଂହ ସାମଲ, କିଶୋର ବିଶ୍ୱାଳଙ୍କ ସମେତ ଅନ୍ୟ ମାନେ କଳସ ଧାରଣ କରିଥିଲେ । ପୂଜକ ଅଭୟ ପାଢୀ, ହରେକୃଷ୍ଣ ଦାଶ, ଦେବାଶୀଷ ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ପୂଜା ଉତ୍ସବରେ ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ଶନିବାର ଉଦ୍ଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।