ଲବଣଗିରି ମହିମା ଆଶ୍ରମର ବାର୍ଷିକୋତ୍ସବ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାଞ୍ଚ ଗାଁ ନିକଟସ୍ଥ ଜାମୁକୋଳି ଲବଣ ଗିରି ମହିମା ଆଶ୍ରମରେ ୩୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଚୈତ୍ର ଶୁକ୍ଳ ପାଞ୍ଚମୀ ବୁଧବାର ଦିନ ପୂଜ୍ୟ ଅଧ୍ୟକ୍ଷ ବ୍ରହ୍ମାବଧୁତ ଶୁକଦେବ ବାବାଙ୍କ ଅଧ୍ୟକ୍ଷ ତା ରେ ଓ ସାଧୁ ଅନାମ ଚରଣ ଦାସ ଙ୍କ ତତ୍ତ୍ୱIବଧାନରେ ବ୍ରହ୍ମ ମୁହୂର୍ତ୍ତରେ ବ୍ରହ୍ମ ଧ୍ଵନି ସ୍ଥାପନ କରାଯାଇ ଥିଲା। ତତ ସହିତ ଆଶ୍ରମ ପ୍ରାଙ୍ଗଣ ରେ ନବ ନିର୍ମିତ ଗୃହ ପ୍ରତିଷ୍ଠା କରାଯାଇ ବିଶ୍ଵବ୍ରହ୍ମାଣ୍ଡ ର କଲ୍ୟାଣ ନିମନ୍ତେ ଅଖଣ୍ଡ ଜ୍ୟୋତି ଅର୍ପଣ କରାଯାଇଥିଲା। ଏହି ସ୍ଥାନଟିର ମହିମା ଅଲେଖ ଡାକରେ କମ୍ପି ଉଠିବା ସହିତ ଏକ ଧାର୍ମିକ ବାତାବରଣ ସୃଷ୍ଟି ହୋଇଥିଲା I  ଏହି ମହୋତ୍ସବରେ ମହିମା ଗାଦି ମହିମା ଧର୍ମ ସମାଜର ବହୁ ବରିଷ୍ଠ ପ୍ରମୁଖ ସିଦ୍ଧ ସାଧୁ ବାବା ଓ ବିଜ୍ଞ ସାଧୁ ମଣ୍ଡଳୀ ଭକ୍ତ ବୃନ୍ଦ ତଥା ଧର୍ମ ପାରାୟଣ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ I  ଏହି ପବିତ୍ର କାର୍ଯ୍ୟକ୍ରମକୁ ବାବା ପ୍ରସନ୍ନ କୁମାର ଦାସ,  ସାଧୁବାବା ଅନାମ ଚରଣ ଦାସ, ସାଧୁବାବା ବେଣୁଧର ଦାସ ସୁଚାରୁରୂପେ ଚଳାଇଥିବା ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ