ବାର୍ଷିକ ଭାଗବତ ପାରାୟଣ ପ୍ରବଚନ କାର୍ଯ୍ୟକ୍ରମ ଉଦ୍ଘାଟିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ବାବା ଖଗେଶ୍ୱର ପୀଠରେ ବାର୍ଷିକ ଭାଗବତ ପରାୟଣ, ଗୀତା ପାଠ, ବେଦପାଠ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ବୁଧବାର ଶ୍ରୀମଦ ଭାଗବତ ପାରାୟଣ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ରାଧାକୃଷ୍ଣ ରାଧା ଗୋବିନ୍ଦଙ୍କ ତିନି ସୁସଜ୍ଜିତ ବିମାନ ଗ୍ରାମରୁ ଅଣାଯାଇ ମନ୍ଦିରରେ ହରିହର ଭେଟ ଅନୁଷ୍ଠିତ ହୋଇଥିଲା । ଭାଗବତ ଗାଦି ସ୍ଥାପନ କରାଯିବା ପରେ ପ୍ରକାଶ ପତି, ବିକାଶ ପତି ବେଦ ପାଠ କରିଥିଲେ । ୭ ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତ୍ୟେହ ଭାଗବତ ପାରାୟଣ ପ୍ରବଚନ ଅନୁଷ୍ଠିତ ହେବ । ଏଥିରେ ସୁନାମଧନ୍ୟ ପ୍ରବଚକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଦେବେନ୍ଦ୍ର ପଣ୍ଡା, ବିପିନ ବିହାରୀ ନାୟକ, ନବ କିଶୋର ଲେଙ୍କା, ସିଦ୍ଧେଶ୍ୱର ନାୟକ, ଅକ୍ଷୟ କୁମାର ପାଢୀ, ଲାଙ୍ଗୁଳି ବାବା, ଚିତ୍ତ ରଞ୍ଜନ ନାୟକ, ନିରାକର ଗାହାଣ, ତପସ୍ୱିନୀ ପାଢୀ ପ୍ରମୁଖ ପ୍ରବଚନ ଦେବେ । ସୁରେନ୍ଦ୍ର ପଣ୍ଡା, ମଣିଭଦ୍ର ପଣ୍ଡା, କମଳାକାନ୍ତ ପଣ୍ଡା, ଭାଗବତ ପଣ୍ଡା, ଭାଗବତ ପାରାୟଣ ପଠନ କରିବେ । ଖଗେଶ୍ୱର ମହାଦେବଙ୍କ ମୁଖ୍ୟ ସେବକ ଫକୀର ମୋହନ ତ୍ରିପାଠୀ ସମସ୍ତ ପୂଜା କାର୍ଯ୍ୟ ତୁଳାଉଛନ୍ତି । କାର୍ଯ୍ୟକ୍ରମରେ ଲକ୍ଷ୍ମୀଧର ମହାନ୍ତି, ଦୀନବନ୍ଧୁ ରାଉତ, ବିଦ୍ୟାଧର ଓଝା, କାର୍ତ୍ତିକ ଚନ୍ଦ୍ର ପାଳ, ରଘୁନାଥ ସ୍ୱାଇଁ, ଚୈତନ୍ୟ ପଟ୍ଟନାୟକ, କୁଳମଣି ନାୟକ, ନରେନ୍ଦ୍ର କୁମାର ବାରିକ, ରଘୁନାଥ ସ୍ୱାଇଁଙ୍କ ସମେତ ସମସ୍ତ ଖଗେଶ୍ୱର ମହାଦେବଙ୍କ ସମସ୍ତ ଭକ୍ତ ମାନେ ସହଯୋଗ କରୁଛନ୍ତି ।

 
             
						 
						 
						 
						 
						 
						
