ଅଙ୍କୁର ଶିକ୍ଷାନିକେତନର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଖଡିଅଙ୍ଗସ୍ଥିତ ଅଙ୍କୁର ଶିକ୍ଷାନିକେତନର ୩୫ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପରିଚାଳନା ସମିତିି ସଭାପତି ଡ. ରତ୍ନମଞ୍ଜରୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଲକ୍ଷ୍ୟ ରଖି ପାଠ ପଢିବାକୁ ପରାମର୍ଶ ଦେବା ସହିତ ଶୃଙ୍ଖଳା ହିଁ ସଫଳତାର ମୂଳମନ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଆଖୁଆଓଢଙ୍ଗ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ବଳରାମ ଲେଙ୍କା ଯୋଗ ଦେଇଥିବାବେଳେ କାଉନସିଲର ପୁଷ୍ପାଞ୍ଜଳୀ ବସ୍ତିଆ, ବୀଣାପାଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଅମରପ୍ରସାଦ ସିଂ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହିତ ‘କମେଡିଆନ୍ ନଟିଆ’ ନିଜର କଳାକୈାଶଳ ପ୍ରଦର୍ଶନ କରିଥିଲେ। ଉତ୍ସବକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ କିରଣମୟୀ ସିଂ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପ୍ରଭାକର ବେହେରା, ସତ୍ୟରଞ୍ଜନ ସାହୁ, ନିରୂପମା ମହାପାତ୍ର, ରଶ୍ମିତା ବେହେରା, ଜସ୍ମିନ୍ ଖାତୁନ୍, ଆଫ୍ରିନ୍ ଖାତୁନ୍ ଏବଂ ଦୀପିକା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।


