ଆସିକା ମମ୍ ସ୍କୁଲର ବାର୍ଷିକ ଉତ୍ସବ
ଆସିକା (ୱାଇଏନ୍ଏସ୍) : ଆସିକା ଏନ୍ଏସି ଅଧିନସ୍ଥ ମମ୍ ସ୍କୁଲ ଅଫ୍ ଏକ୍ସେଲେନ୍ସିର ୧୬ତମ ବାର୍ଷିକ ପ୍ରବଳ ଉତ୍ସବ ଉତ୍ସାହ ଉଦ୍ଦୀପନାର ଏକ ମନୋଜ୍ଞ ପରିବେଶ ମଧ୍ୟରେ ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ନିକଟରେ ଥିବା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମମ୍ ସ୍କୁଲ ଅଫ୍ ଏକ୍ସେଲେନ୍ସିର ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା କୁମାରୀ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ନୀଳମାଧବ ପାଢୀ, କଟକ ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟର ଅଧ୍ୟାପକ ଡଃ ଐଶ୍ୱର୍ଯ୍ୟା ପାତ୍ର, ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ରାୟଗୁରୁ, ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ସଂପାଦକ ଜେ.ରବିନ୍ଦ୍ରନାଥ ପାତ୍ର ପ୍ରମୁଖ ଯୋଗଦେଇ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କ ଶିକ୍ଷାଦାନ ଶୈଳୀ ବେଶ୍ ଉଚ୍ଚକୋଟୀର ହୋଇଥିବାରୁ ଶିକ୍ଷାର ବିକାଶ କ୍ଷେତ୍ରରେ ମମ୍ ସ୍କୁଲ ଅଫ୍ ଏକ୍ସେଲେନ୍ସି ଆସିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ପ୍ରକାଶ କରି ବିଦ୍ୟାର୍ଥୀମାନେ ସମୟର ସଦ୍ବିନିଯୋଗ କରି ସୁନାଗରିକ ହେବାକୁ ଆହ୍ୱାନ କରିଥିଲେ । ମମ୍ ସ୍କୁଲ ଅଫ୍ ଏକ୍ସେଲେନ୍ସିର ୧୬ ତମ ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ମମ୍ ସ୍କୁଲ ଅଫ୍ ଏକ୍ସେଲେନ୍ସିର ସମ୍ପାଦକ ଜେ. ରବିନ୍ଦ୍ରନାଥ ପାତ୍ର, ଶମ୍ଭୁନାଥ ବୈଠାରୁ, ରୋହିତ କୁମାର ଗୌଡ, ପ୍ରଭୁ ବିଷୋୟୀ, ଆଶିଷ୍ କୁମାର ସାହୁ, ଦମୟନ୍ତୀ ପାତ୍ର, ସନ୍ତୋଷ କୁମାର ଦାଶ, ସୁରଜ୍ କୁମାର ମିଶ୍ର, ଏମ୍.କନକ ଲକ୍ଷ୍ମୀ, ସତ୍ୟନାରାୟଣ ସାହୁ, ରୂପାଲୀ ପାତ୍ର, ପୂର୍ଣ୍ଣବାସୀ ପାତ୍ର, ଜ୍ୟୋତିପ୍ରଭା ନାହାକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ସହଯୋଗ କରିଥିଲା ବେଳେ ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ ଓ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିବେଶିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଜନତାଙ୍କୁ ବିମୋହିତ କରି ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ମମ୍ ସ୍କୁଲ ଅଫ୍ ଏକ୍ସିଲେନ୍ସିର ୧୬ତମ ବାର୍ଷିକ ଉତ୍ସବ ଅବସରରେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନଙ୍କ ସ୍ମୃତିଶକ୍ତି କାର୍ଯ୍ୟକ୍ରମକୁ ଉପଭୋଗ କରି ସଚେତନ ନାଗରିକମାନେ ବିଦ୍ୟାଳୟକୁ ଭୁରିଭୁରି ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା ।


