ବନ୍ତ ବ୍ଳକ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ବନ୍ତ ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମଞ୍ଚର ସଭାପତି ଡ.ସୁଧାଂଶୁ ଶେଖର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ଅଭିମନ୍ୟୁ ସେଠୀ ଯୋଗ ଦେଇ ବରିଷ୍ଠ ମାନଙ୍କର ଜୀବନର ପଥ ଲମ୍ବା ନ ହୋଇ କର୍ମ ପଥ ଦୀର୍ଘ ହେବା ହେବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ସେ ମଞ୍ଚଗୃହ ପାଇଁ ଅର୍ଥ ଯୋଗାଇ ଦେବାକୁ ପ୍ରତିଶୃତ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଜିଲାପାଳ ଦୀଲିପ ରାଉତରାଏ ଯୋଗ ଦେଇ ବୟସର ଅପରାହ୍ନରେ ପହଞ୍ôଚ ଥିବା ବରିଷ୍ଠ ନାଗରିକ ମାନେ ମିଳିତ ଭାବରେ ବସିବା, ହସିବା ଓ ଜୀବନ ସଙ୍ଗୀତ ଗାଇ ଯିବା ପାଇଁ କହିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷା ମନୋରମା ମିଶ୍ର ଯୋଗ ଦେଇ ବରିଷ୍ଠଙ୍କ ଉପରେ ମତ ରଖିôଥିଲେ । ଏହି ଅବସରରେ ଚକ୍ରଧର ପଣ୍ଡା, ହରିହର ପେରେଇ, ଭାସ୍କର ସେନାପତି, ନାରାୟଣ ରାଉତ, ସେକ୍ ଜଲାଲଉଦ୍ଦୀନ, ବିଷ୍ଣୁ ମୋହନ ପ୍ରଧାନ, ନିତ୍ୟାନନ୍ଦ ଜେନା, ଭାସ୍କର ମହାପାତ୍ର, ଶରତ ଜେନା, ଦୁଃଶାସନ ପଣ୍ଡା, ନାରାୟଣ ଚନ୍ଦ୍ର ଦାସଙ୍କ ସମେତ ୧୫ ଜଣ ବିଭିନ୍ନ ପ୍ରତିଭାଧର ବରିଷ୍ଠ ନାଗରିକଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧର୍ିତ କରାଯାଇଥିଲା । ଯୁଗ୍ମ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ, ଉପଦେଷ୍ଟା ଜଗନ୍ନାଥ ପାତ୍ର ସ୍ୱାଗତ ଭାଷଣ, ପ୍ରାକ୍ତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ, ସମ୍ପାଦକ ଭାସ୍କର ଚନ୍ଦ୍ର ପାଢୀ ବାର୍ଷିର୍କ ବିବରଣୀ ପାଠ ଏବଂ ୟାକତ୍ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ହୃଷିକେଶ ମିଶ୍ର, ମାଧବାନନ୍ଦ ଦାସ, ଭାଗବତ ସୂତାର, ଆନନ୍ଦ ଚନ୍ଦ୍ର ଓଝା, କେଦାରନାଥ ମହାନ୍ତି, ମୁକ୍ତିକାନ୍ତ ସାହୁ, ପ୍ରକାଶ ସାହୁ, ଗଦାଧର ସେନାପତି, ଅଲେଖ ନାୟକ, ସୁରେନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।


