ପିଏମ୍ ଶ୍ରୀ ଜଗନ୍ନାଥ ନୋଡାଲ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):- ଜୀବନ ବାଟ ଦେଖାଇଥାଏ ଶିକ୍ଷା। ଯେଉଁଠି ଶିକ୍ଷା ନାହିଁ ସେଠାରେ ପରିବର୍ତ୍ତନ ନାହିଁ। ଶିକ୍ଷା ହିଁ ମାନବ ସମାଜ କୁ ସଶକ୍ତ କରିଥାଏ ବୋଲି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ଜଗନ୍ନାଥ ନୋଡାଲ ଉପ୍ରା ବିଦ୍ୟାଳୟ, ବନ୍ତିଲୋ ବାର୍ଷିକ ଉତ୍ସବ ରେ ଅତିଥି ମତ ଦେଇଛନ୍ତି।ବିଦ୍ୟାଳୟ କେବଳ ଶିକ୍ଷାର ସ୍ଥାନ ନୁହେଁ, ଏହା ପରିବର୍ତନ ଏକ ମନ୍ଦିର, ଜ୍ଞାନର ଭଣ୍ଡାର। ଯେଉଁଠାରେ ଉତ୍ତମ ଚରିତ୍ର ଗଠନ ଏବଂ ମୂଲ୍ୟବୋଧ ଶିକ୍ଷା ଦିଆଯାଏ। ଜୀବନବ୍ୟାପି ଶିକ୍ଷାର ମୂଳଦୁଆ ସହ ଆନନ୍ଦ ଦାୟକ ଏବଂ କାର୍ଯ୍ୟକଳାପ ଭିତ୍ତିକ ଶିକ୍ଷା ପାଇଁ ଆହ୍ୱାନ କରେ। ବରଂ ସମାଜର ନୈତିକ କର୍ତ୍ତବ୍ୟ ବୋଲି ପିଏମ୍ ଶ୍ରୀ ଜଗନ୍ନାଥ ନୋଡାଲ ଉପ୍ରା ବିଦ୍ୟାଳୟ, ବନ୍ତିଲୋ ରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ବୈଜ୍ଞାନିକ ରାଷ୍ଟ୍ରୀୟ ସୂଚନା କେନ୍ଦ୍ର ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ଜେନା ମତବ୍ୟକ୍ତ କରିଛନ୍ତି।ପିଏମ୍ ଶ୍ରୀ ଜଗନ୍ନାଥ ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପରିଡା ଙ୍କ ସଭାପତିତ୍ୱ ରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିବା ସହ ବିଦ୍ୟାଳୟ ତରଫରୁ ଅତିଥି ଙ୍କୁ ବୃକ୍ଷ ପ୍ରଦାନ ସହ ଉଦୁଘାଟନ କରିବା ସହିତ ଶିକ୍ଷାଦାନ କ୍ଷେତ୍ରରେ ଛାତ୍ର, ଛାତ୍ରୀ ଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ସ୍ଥିତି ସୁଦୃଢ କରାଯିବା ଉଚିତ ବୋଲି କହିଥିଲେ। ବୁଧବାର ଅପରାହ୍ନ ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧୀନ ପିଏମ୍ ଶ୍ରୀ ଜଗନ୍ନାଥ ନୋଡାଲ ଉପ୍ରା ବିଦ୍ୟାଳୟ ବନ୍ତିଲୋ ରେ ମୁଖ୍ୟ ଅତିଥି ବୈଜ୍ଞାନିକ ରାଷ୍ଟ୍ରୀୟ ସୂଚନା କେନ୍ଦ୍ର ନୂଆଦିଲ୍ଲୀ ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ଜେନା, ମୁଖ୍ୟବକ୍ତା ଅସ୍ତରଙ୍ଗ ମଣ୍ଡଳ ଅତିରିକ୍ତ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ବିଶ୍ୱାଳ, ସଂମ୍ମାନିତ ଅତିଥି ପୂର୍ବତନ ୟୁକୋ ବ୍ୟାଙ୍କ ଡିଜିଏମ ପ୍ରମୋଦ କୁମାର ନାୟକ, ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ଶାନ୍ତନୁ କୁମାର ପରିଡା, ପୂର୍ବତନ ସରପଞ୍ଚ ନିର୍ମଳ କୁମାର ମଲ୍ଲ, ଶିକ୍ଷାବିତି ଦ୍ଵିଜବର ବାଘ, ବିପିନ କୁମାର ମହାନ୍ତି, ସାଧନ ସଂଯୋଜକ ଦୁର୍ଯ୍ୟୋଧନ ନାୟକ, ଗ୍ରାମ୍ୟ କମିଟି ସଭାପତି ପ୍ରଫୁଲ୍ଲ ପରିଡା, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ବୀଣାପାଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷାବିତି ଜୟକୃଷ୍ଣ କର ମଞ୍ଚ ପରିଚାଳନା କରିବା ସହ ସ୍ୱାଗତ ଭାଷଣ, ସାଧନ ସଂଯୋଜକ ଦୁର୍ଯ୍ୟୋଧନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟ ଛାତ୍ର ଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଏହା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ଅତିଥି ଗଣ ପୁରସ୍କୃତ ପ୍ରଦାନ କରିଥିଲେ। ବିଦ୍ୟାଳୟ ବାର୍ଷିକ ଉତ୍ସବ ରେ ବୁଧବାର ସନ୍ଧ୍ୟା ରେ ବିଭିନ୍ନ ଚିତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାଧନ ସଂଯୋଜକ ଦୁର୍ଯ୍ୟୋଧନ ନାୟକ ଧନ୍ୟବାଦ ଅର୍ପଣ ଙ୍କ କରିଥିଲେ। ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଙ୍କ ସହ ସମସ୍ତ ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ଥାନୀୟ ଅଞ୍ଚଳ ବୁଦ୍ଧିଜୀବୀ ଓ ପରିଚାଳନା କମିଟିର ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ଥିଲେ।


