ରାଇକିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ରାଇକିଆ-(ପ୍ରଦୀପ ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟବିଂଶ  ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରମେଶ ଚନ୍ଦ୍ର ବିଶ୍ବାଳଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ   ଅତିଥି ଭାବେ ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା,ବିଜେପି ଜିଲ୍ଲା ସଭାପତି ପଣ୍ତିତ ବିଶ୍ ମାଝୀ, ରାଇକିଆ ବିଡିଓ ଡ଼.ସବ୍ୟସାଚୀ ସାହୁ,ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା ଯୋଗ ଦେଇ ଶୃଙ୍ଖଳା ଓ ନୈତିକ ଆଧାରିତ ଶିକ୍ଷା ମାଧ୍ୟମ ରେ କିପରି ଛାତ୍ରୀ ଛାତ୍ର ଉତ୍ତମ ଓ  ସଠିକ୍ ମାର୍ଗ ରେ ଭବିଷ୍ୟତ ଗଠନ କରିପାରିବେ ସେ ନେଇ କହିଥିଲେ।    ମୂଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ର  ସଙ୍କୁଳ ପ୍ରମୁଖ ପବିତ୍ର କୁମାର ସାହୁ  ଶିକ୍ଷା ବିକାଶ ସମିତି କିପରି ସାରା ଦେଶ ରେ ଶିକ୍ଷା ବ୍ୟବସ୍ଥାର ପ୍ରମୁଖ କର୍ଣ୍ଣଧାର ସାଜିଛି ସେ ନେଇ  କହିବା ସହିତ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ଉତ୍ତମ ରାଷ୍ଟ୍ର ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ସେ ନେଇ କହିଥିଲେ । ପ୍ରଧାନ ଆଚାର୍ଯ୍ୟ ନାରାୟଣ ସାହୁ  ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ବିଭିନ୍ନ ଉପଲବ୍ଧତା ଏବଂ ଆବଶ୍ୟକତା ସଂପର୍କ ରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସର ରେ ବିଭିନ୍ନ ପ୍ରତିଯୋଗୀତା ରେ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଦ୍ଵିତୀୟ ପର୍ଯ୍ୟାୟ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟ ସମ୍ପାଦକ ମିହିର ମହାପାତ୍ର, ଉପସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଚକ୍ରଧର ପୃଷ୍ଟି, ଯୁଗ୍ମ ସମ୍ପାଦକ ପ୍ରଦୀପ ବେହେରାଏବଂ ପରିଚାଳନା କମିଟି ସଦସ୍ୟା ବବିତା ସାହୁ, ଶାନ୍ତିଲତା କହଁର ପ୍ରମୁଖ ଉପସ୍ଥିତ ଥିଲେ । ଆଦିତ୍ୟ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ