ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ବାର୍ଷିକ ଉତ୍ସବ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ମେଡିକାଲ ପଡିଆରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ତମ ଜୟନ୍ତୀ ମହୋତ୍ସବ ତଥା ୩୩ ତମ ଡେରିକି ଆଂଚଳିକ ବାର୍ଷିକ ସତ୍‌ସଙ୍ଗ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ସମୟରେ ବେଦ ମାଙ୍ଗଳିକ କାର୍ଯ୍ୟ, ଉଷା କିର୍ତନ, ଉଷା ବିନତୀ ପ୍ରାର୍ଥନା ଓ ସତ୍‌ଗ୍ରନ୍ଥ ପାଠ, ସୁସଜ୍ଜିତ ରଥରେ ଶ୍ରୀ ବିଗ୍ରହଙ୍କର ନଗର ପରିକ୍ରମା ସହ ସଦାଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଡେରିକି ଗ୍ରାମବାସୀ ଓ ଅଂଚଳର ସମସ୍ତ ଗୁରୁ ଭାଇ ଓ ମା ମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ