ସିଙ୍ଗାରି ସରକାରୀ ପ୍ରାଥମିକ ସେବାଶ୍ରମର ବାର୍ଷିକ ଉତ୍ସବ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ସିଙ୍ଗାରୀ ଗ୍ରାମର ପ୍ରାଥମିକ ସେବାଶ୍ରମର ବାର୍ଷିକ ଉତ୍ସବ ପ୍ରଧାନ ସେବକ ରାମକୃଷ୍ଣ ସାହୁଙ୍କ ସଭାପତିତ୍ବ ଓ ସହକାରୀ ଶିକ୍ଷକ ତପନ କୁମାର ମଲ୍ଲିକଙ୍କ ସଂଯୋଜନାରେ ପାଳନ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥଭାବେ ମୁନିଗୁଡ଼ା ପୋଲିସ ଥାନା ଅଧିକାରୀ କେଶବ ସଢ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ଓ ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ,ସମ୍ମାନିତ ଅତିଥିଭାବେ ସାମ୍ବାଦିକ ମନୋରଞ୍ଜନ ଦଳାଇ, ଜନଜାତି ନେତା ଜଗନ୍ନାଥ ନୁଣ୍ଡ୍ରୁକା, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ସୁଦେଶ୍ନା ପଲକିଆ, ସମିତି ସଭ୍ୟ ଉଦ୍ଧବ ସିକକା,ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଟି ଶିକ୍ଷାଧିକାରୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଉଦଘାଟନ କରିଥିଲେ। ପରେ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଆଦର୍ଶ ଜୀବନ ଶୈଳୀ ଓ ସଂସ୍କାରିତ ଦୈନନ୍ଦିନ ଦିନଚର୍ଯ୍ୟା ଆପଣେଇ ଉତ୍ତମ ଛାତ୍ରଛାତ୍ରୀ ଓ ଭଲ ପାଠ ପଡ଼ି ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷକ ତପନ କୁମାର ମଲ୍ଲିକ ବାର୍ଷିକ ବିବରଣୀ ପଠନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିମନ୍ତ୍ରିତ ଅତିଥିଭାବେ ନିମନ୍ତ୍ରିତ ଅତିଥି ଭାବେ ସାମ୍ବାଦିକ ସିମାଞ୍ଚଳ ପଣ୍ଡା, ପଦ୍ମପୁର ସେବାଶ୍ରମର ପ୍ରଧାନ ସେବିକା ସୁମିତ୍ରା ପଣ୍ଡା,କମଳେଶ ଶବର,ଆଗୁଳ ସେବାଶ୍ରମର ପ୍ରଧାନ ସେବକ ପରେଶ କୁମାର ପରିଚ୍ଛା, ଲଦିପଙ୍ଗା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅକ୍ଷୟ ନାୟକ, ଅବସରପ୍ରାପ୍ତ ପ୍ରଧାନ ସେବକ ନୟନ ନନ୍ଦ ନାୟକ,ପ୍ରାକ୍ତନ ପ୍ରଧାନ ଶେବିକା ଶୈଳବାଳା ବେହେରା,ମହିଳା ସ୍ବାସ୍ଥ୍ୟକର୍ମୀ ଆଲୋକପ୍ରଭା ମହାନ୍ତି, କମ୍ୟୁନିଟ ହେଲଥ ଅଫିସର କଲ୍ୟାଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ କ୍ଷେତ୍ରରେ ସର୍ବୋତ୍ତମ ପାରଦର୍ଶିତା ହାସଲ କରି ନିଜ ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ ଓ ନିଜ ଅଞ୍ଚଳ ତଥା ବିଦ୍ୟାଳୟର ନାମକୁ ଗର୍ବିତ କରିପାରିଲେ ତାହା ସମାଜ ପାଇଁ ତୁମ ମାନଙ୍କର ଶ୍ରେଷ୍ଠ ସମର୍ପଣ ହେବ ବୋଲି ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପ୍ରମାଣପତ୍ର, ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରଛାତ୍ରୀ ମାନେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସ୍ବେଛାସେବୀ ସଂଗଠନ ଆରସିଡିଶି ତରଫରୁ ଶ୍ରୀ ଅନ୍ନର ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଉତ୍ସବରେ ସଭିଙ୍କୁ ପରଷା ଯାଇଥିଲା। ଉକ୍ତ ବାର୍ଷିକ ଉତ୍ସବକୁ ଉତ୍ତମ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଲଳିତେନ୍ଦୁ ଦାସ,ରମେଶ ବାଗ,ବାସନ୍ତୀ ମାଣ୍ଡିକା ଏବଂ ସେବାଶ୍ରମର ସମସ୍ତ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ।


