ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅଧିନ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଥିବା ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ସ୍ୱାମୀ ରାମସରଣାନନ୍ଦ ସରସ୍ୱତୀ ବିଶିଷ୍ଟ ଅତିଥି, ଆଶ୍ରମର ଉପାଧ୍ୟକ୍ଷ ଡ. କାଳି ପ୍ରସନ୍ନ ଶତପଥୀ, ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ସମାଜସେବୀ ଅର୍ଚ୍ଚନା ଗୋଏଙ୍କା, ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ଉଦେଶ୍ୟରେ ବହୁ ଉପାଦେୟ ବକ୍ତବ୍ୟ ରଖିବା ସହ ସେମାନଙ୍କର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ। ବିଦ୍ୟାମନ୍ଦିରର ସମ୍ପାଦକ ଅଭିମନ୍ୟୁ ଗୋଛାୟତ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି, ପୁନମ ନାୟକ ଓ ରୀତାଞ୍ଜଳୀ ନାଥ ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାମନ୍ଦିରର ଗୁରୁଜୀ ଓ ଗୁରୁମା’ମାନଙ୍କ ସହିତ ଛାତ୍ରାଭିଭାବକମାନେ ଉପସ୍ଥିତ ଥିଲେ। ଶେଷରେ ବ୍ରହ୍ମଚାରୀ ନୃସିଂହନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ