ଶିବନାରାୟଣପୁର ଗ୍ରାମରେ ମା’ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବର ବାର୍ଷିକ ଉତ୍ସବ

ହାଟଡିହି (ଓ୍ବାଇଏନଏସ): ଶିବନାରାୟଣପୁର ଗ୍ରାମରେ ମା’ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଆଜି ଚୈତ୍ରମାସ ଦ୍ୱିତୀୟ ମଙ୍ଗଳବାର ଥିବାରୁ ଆଜି ସକାଳୁ ପବିତ୍ର ବୈତରଣୀ ନଦୀରୁ କଳାଶ ଶୋଭାଯାତ୍ରା ଆସି ଗ୍ରାମ ପରିକ୍ରମା କରିବା ପରେ ମନ୍ଦିର ପ୍ରାଙ୍ଗଣରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚନା କରାଯାଇଥିଲା। ପଣ୍ଡିତ ପୁରୁଷୋତ୍ତମ ମିଶ୍ର, ଜଗବନ୍ଧୁ ମିଶ୍ର, ଗ୍ରହବିପ୍ର ଶରତ ନାୟକ, ପରମେଶ୍ୱର ଆଚାର୍ଯ୍ୟଙ୍କ ଦ୍ୱାରା ହୋମଯଜ୍ଞ ଓ ପୂଜାର୍ଚନା କରାଯାଇଥିଲା। କର୍ତ୍ତା ଭାବେ ସନାତନ ବେହେରା, ବିଳାସିନି ବେହେରା ସାମିଲ ହୋଇଥିବା ବେଳେ ହୃଷିକେଶ ପରିଡ଼ା,ସୁଦାମ ଚରଣ ସାହୁ, ପ୍ରଭାକର ଖଣ୍ଡା, ଚିନ୍ତାମଣି ଖଣ୍ଡା, ମଦନ ଗିରି, ମଦନ ପରିଡା, ସାଗର ଚରଣ ସାହୁ, ଅଭିନ୍ନ ପରିଡ଼ା, ଲକ୍ଷ୍ମୀଧର ଖଣ୍ଡା, ରବୀନ୍ଦ୍ର ଗିରି, ପଦ୍ମନାଭ ପରିଡ଼ା, ପ୍ରଦୀପ ବେହେରା, ପ୍ରସନ୍ନ ମହାନ୍ତି, ଅର୍ଜୁନ ଖଣ୍ଡାଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନିଜ ନିଜର ମାନସିକ ପୂରଣ ପାଇଁ ଶ୍ରଦ୍ଧାଳୁ ମାନେ ବହୁ ଦୂର ଦୁରାନ୍ତରୁ ଛୁଟି ଆସିଥିଲେ। ଆଜି ସନ୍ଧ୍ୟାରେ ପୂର୍ଣ୍ଣାହୁତୀ ପ୍ରଦାନ କରାଯିବା ପରେ କଳାଶ ବିସର୍ଜନ କରାଯାଇଥିଲା। ସାଂକୃତିକ କାର୍ଯ୍ୟକ୍ରମ ସ୍ୱରୂପ ପାଲା ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ