ମା’ ତାରିଣୀ କଳାକାର ପରିଷଦର ବାର୍ଷିକ ଉତ୍ସବ
ହାଟଡିହି, (ଓ୍ବାଇଏନଏସ) : ହାଟଡିହି ବ୍ଲକ ଚମାରତିରା ଠାରେ ମା’ ତାରିଣୀ କଳାକାର ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଅନାଦି ଚରଣ କବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ନାରାୟଣ ବେହେରା, ନିରଞ୍ଜନ ମହାକୁଡ଼, ଗୌରାଙ୍ଗ ରଣା, ଗୋବିନ୍ଦ ପାଣିଗ୍ରାହୀ, ଗୌରାଙ୍ଗ ଚରଣ ନାୟକ, ଅଭୟ ଚରଣ ଖୁଣ୍ଟିଆ, ପର୍ଶୁରାମ ଦାସ, ଉପେନ୍ଦ୍ର ମିଶ୍ର, ଭିକାରି ଜେନା, ଅନାମ ଜେନା, ନାରାୟଣ ଜେନା ପ୍ରମୁଖ ଯୋଗଦେଇ ଥିଲେ। ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗାୟକ ବିଦ୍ୟାଧର ପତି ପାଲା ପରିବେଷଣ କରିଥିଲେ। ବାବାଜୀ ଚରଣ ଯେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମ୍ପାଦକ ରୋହିତ କୁମାର ପୃଷ୍ଟି, ଉପଦେଷ୍ଟା ଡକ୍ଟର ଶମ୍ବୁନାଥ ରାଉତ ଉପସ୍ଥିତ ଥିବାବେଳେ ବିଦ୍ୟାଧର କବି ମଞ୍ଚ ସଂଯୋଜନା କରିଥିଲେ। ସୁଶ୍ରୀ ତପସ୍ୱିନୀ ସାମଲ ଦେଶାତ୍ମକବୋଧ ସଙ୍ଗୀତ ଗାନ କରିଥିଲେ।ଏହି ଅବସରରେ ପ୍ରତିଭା ସମ୍ପର୍ଣ୍ଣ ବର୍ଷିଆନ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


