୨୮ରେ ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ
ହାଟଡ଼ିହି (ଓ୍ବାଇଏନଏସ): ହାଟଡିହି ବ୍ଲକ୍ ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ ଆସନ୍ତା ସେପ୍ଟେମ୍ବର ୨୮ ତାରିଖ ରବିବାର ଦିନ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ଅନୁଷ୍ଠିତ ହେବ। ଏଥିପାଇଁ ସାହିତ୍ୟ ଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଦିନ ଧାର୍ଯ୍ୟ କରାଯାଇଛି। ଏହି ବୈଠକରେ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ସଂଯୋଜକ କିଶୋର ଆଚାର୍ଯ୍ୟ, ଉପସଭାପତି ନିତ୍ୟାନନ୍ଦ ବେହେରା, ଅମୂଲ୍ୟ ମିଶ୍ର, ସହ ସମ୍ପାଦକ ନାରାୟଣ ସାହୁ, ବରିଷ୍ଠ ଉପଦେଷ୍ଟା ରତ୍ନାକର ଦାସ, ନାରାୟଣ ଲେଙ୍କା, ବିଦ୍ୟୁତ ପ୍ରଭା ଦେଓ, ସୁବାସ ପାତ୍ର, ସୁରେନ୍ଦ୍ର ପରିଡା, ମୁରଲୀଧର ବେହେରା, ବିଶ୍ୱଜିତ ରାଉତ, ଉମାମଣି ପାଢ଼ୀ, ରାଜୀବ ଲୋ଼ଚନ ସାହୁ, ଅନନ୍ତ ମୁଦୁଲି, ବନମାଳୀ ଜେନା, ପ୍ରିୟତମା ସା, ସରଳା ମହାପାତ୍ର, ଶୁଭଦ୍ରା ସ୍ୱାଇଁ, ଅଭୟ ସାମଲ ପ୍ରମୁଖ ଯୋଗଦେଇ ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ସାହିତ୍ୟ ଘରର ମୁଖପତ୍ର ‘ପ୍ରୟାସୀ ‘ ପାଇଁ ଲେଖା ପଠାଇବାର ଶେଷ ତାରିଖ ଚଳିତ ମାସ ୨୫ ତାରିଖ ରଖା ଯାଇଛି। ମୋବାଇଲରେ ଟାଇପ ହୋଇଥିବା ଲେଖା ବ୍ଯତୀତ କୌଣସି ହାତ ଲେଖା ହ୍ବାଟସ୍ ଆପ୍ ରେ ଗ୍ରହଣ କରାଯିବ ନାହିଁ ବୋଲି ନିଷ୍ପତି ନିଆ ଯାଇଛି। ପ୍ରତିବର୍ଷ ପରି ଚ଼ଳିତବର୍ଷ ମଧ୍ୟ ସାହିତ୍ୟ ସମ୍ମାନ , ବ୍ଳକର ମାଟ୍ରିକ ଟପର ସମ୍ମାନ , ସମାଜସେବୀ ଓ ଯୁବ ପ୍ରତିଭା ପୁରସ୍କାର ପ୍ରଦାନ ସହ ସାହିତ୍ୟ ଘର ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଥିଲା । ଏହି ଅବସରରେ ତିନିଜଣ ପ୍ରତିଭାଧାରୀ ଇଂଜିନିୟର ନରେନ୍ଦ୍ର କୁମାର ନାୟକ, ଆନନ୍ଦ ଚନ୍ଦ୍ର ଓଝା ଓ ଜନ୍ମେଜୟ ଓଝାଙ୍କୁ ସାହିତ୍ୟ ଘରର ସଦସ୍ୟ ଭାବରେ ଗ୍ରହଣ କରାଯାଇ ସ୍ବାଗତ କରାଯାଇ ଥିଲା।