୨୮ରେ ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ

ହାଟଡିହି (ଓ୍ବାଇଏନଏସ): ହାଟଡିହି ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଛେନାପଦିଛକ ସ୍ଥିତ ମା’ବିଶ୍ୱ ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। କିଶୋର ଆଚାର୍ଯ୍ୟଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ନାରାୟଣ ସାହୁ, ରତ୍ନାକର ଦାସ, ନାରାୟଣ ଲେଙ୍କା, ସୁରେନ୍ଦ୍ର ପରିଡ଼ା, ହରିହର ସାମଲ, ଅନନ୍ତ ମୁଦୁଲି, ସୁବାସ ପାତ୍ର, ନିତ୍ୟାନନ୍ଦ ବେହେରା, ମୁରଲୀଧର ବେହେରା, ରମାକାନ୍ତ ଜେନା, ବିଦ୍ୟୁତ୍ ପ୍ରଭା ଦେଓ, ଚତୁର୍ଭୁଜ ପହି, ବିଦ୍ୟୁତ୍ ପ୍ରଭା ଦେଓ, ଉମାମଣି ପାଢ଼ୀଙ୍କ ସମେତ ଅନେକ ସଦସ୍ୟ ସଦସ୍ୟା ଯୋଗଦେଇ ଆଗାମୀ ୨୮ତାରିଖରେ ବାର୍ଷିକ ଉତ୍ସବ କରିବା ଉପରେ ଆଲୋଚନା କରିଥିଲେ। ଚଳିତ ବର୍ଷ ଉତ୍ସବରେ ପ୍ରଫେସର ଶକୁନ୍ତଳା ବଳିୟାର ସିଂ, ଡକ୍ଟର ନିହାର ଶତପଥୀ, ଡକ୍ଟର ରାମ ଚନ୍ଦ୍ର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେବା ନେଇ ସମ୍ମତି ପ୍ରଦାନ କରିଛନ୍ତି। ଏହି ଅବସରରେ କବିତା ପାଠୋତ୍ସବ, ବାର୍ଷିକ ବିଶେଷାଙ୍କ ପ୍ରୟାସିକୁ ଉନ୍ମୋଚନ କରାଯିବା ସହିତ ଅନେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ହୋଇଥଲା। ସଂସଦ ସମ୍ବର୍ଦ୍ଧନା, ଯୁବ ପ୍ରତିଭା ସମ୍ମାନ, ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ବାର୍ଷିକ ଉତ୍ସବକୁ କିପରି ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରାଯିବ ତାହା ଉପରେ ଆଲୋଚନା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ