ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ‘ଆମ ସଂସ୍କୃତି ଆମ ଖେଳଣା’ କାର୍ଯ୍ୟକ୍ରମ

କୋଣାର୍କ  (ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ନିକଟ ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ଅନ୍ତର୍ଗତ କୁନଙ୍ଗ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଵନାଖଣ୍ଡି ପ୍ରାଥମିକ ବିଦ୍ୟାଳୟ , ଵାହାରଣା ପ୍ରାଥମିକ ବିଦ୍ୟାଳୟ , ଖରାଗାଁ ପ୍ରାଥମିକ ବିଦ୍ୟାଳୟ , ରୁଦ୍ରାୟଣୀ ନୋଡାଲ ଉ.ପ୍ରା. ବିଦ୍ୟାଳୟ ଓ ସିମିଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ‘ଆମ ସଂସ୍କୃତି ଆମ ଖେଳଣା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁନଙ୍ଗ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରେଖା ଦେଇଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଵନାଖଣ୍ଡି ସରପଞ୍ଚ ପ୍ରଜ୍ଞା ପରମିତା ନାୟକ , ସମିତି ସଭ୍ୟା ଭାରତୀ ଦେଇ , ପୂର୍ବତନ ପ୍ରଧାନଶିକ୍ଷକ ହୃଦୟ କୁମାର ବଡ଼ପଣ୍ଡା , ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ଅନୁସୂୟା ମୁରୁଡି ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ଵିତରଣ କରିଥିଲେ। ଶିକ୍ଷୟିତ୍ରୀ ଶୁଭସ୍ମିତା ନାୟକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଖରାଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ପ୍ରତିମା ସେଠୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅଚ୍ୟୁତପୁର ସରପଞ୍ଚ ରଶ୍ମିତା ଶତପଥୀ , ପ୍ରାକ୍ତନ ପ୍ରଧାନଶିକ୍ଷକ ଗୋପୀନାଥ ଜେନା ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଵିତରଣ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ମମତା ବେହେରା ଉତ୍ସବ ପରିଚାଳନା କରିଥିଲେ। ଅନସରାସ୍ଥିତ ରୁଦ୍ରାୟଣୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଵାନାମ୍ଵର ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସିମିଳି ସରପଞ୍ଚ ବିଶ୍ୱଜିତ ସ୍ୱାଇଁ, ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ ପ୍ରଧାନଶିକ୍ଷକ ରାମକୃଷ୍ଣ ମହାନ୍ତି , ଶିରିପୁର ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାନ୍ତି, ସ୍କୁଲ ପରିଚାଳନା କମିଟି ସଭାପତି ଜଟାଧାରୀ ପରିଡ଼ା , ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଡଲି ଦେଇ ଓ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଦାଶ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଵିତରଣ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ନିଵେଦିତା ସ୍ୱାଇଁ , କାହ୍ନୁରାମ ହାଁସଦା ଓ ସୁପ୍ରିୟା ପ୍ରିୟଦର୍ଶିନୀ ନାୟକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ପାଇକେରାପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାସିନୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସିମିଳି ସରପଞ୍ଚ ବିଶ୍ୱଜିତ ସ୍ୱାଇଁ, ସମାଜସେବୀ ରସାନନ୍ଦ ମହାନ୍ତି, ସ୍କୁଲ ପରିଚାଳନା କମିଟି ସଭାପତି ଛବିଳ ବାରିକ ପ୍ରମୁଖ ଅତିଥି ରୂପେ ଯୋଗଦେଇ ପୁରସ୍କାର ଵିତରଣ କରିଥିଲେ। ସହକାରୀ ଶିକ୍ଷକ ଭାଗ୍ୟଧର ଟାଙ୍ଗୁଲୁ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।ସିମିଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୂର୍ବତନ ପ୍ରଧାନଶିକ୍ଷକ ବାବୁରାମ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସିମିଳି ସରପଞ୍ଚ ବିଶ୍ୱଜିତ ସ୍ୱାଇଁ, ଶିକ୍ଷକ ଚିତ୍ତରଞ୍ଜନ ଦାଶ , ରାଜଲକ୍ଷ୍ମୀ ମହାନ୍ତି , ଵାନାମ୍ଵର ବେହେରା , ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଦୀପ୍ତ କୁମାର ମହାନ୍ତି , ୱାର୍ଡସଭ୍ୟା ଶାନ୍ତିଲତା ପ୍ରମୁଖ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ଵିତରଣ କରିଥିଲେ। ସହକାରୀ ଶିକ୍ଷକ ନିରଞ୍ଜନ ସାସମଲ ଓ ଜଗତ ଜୀଵନ ଲେଙ୍କା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଵନାଖଣ୍ଡି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଗଙ୍ଗାଧର ରାଉତ ଓ ଵାହାରଣା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ସରୋଜିନୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ସିଆରସିସି ରବୀନ୍ଦ୍ରନାଥ ବାହିନୀପତି ଯୋଗଦେଇ ‘ଆମ ସଂସ୍କୃତି ଆମ ଖେଳଣା’ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ