ଖଲ୍ଲିକୋଟ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

 ଖଲ୍ଲିକୋଟ (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଗଣେଶ ହଲ ଠାରେ ଖଲ୍ଲିକୋଟ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ଓ ଶୈକ୍ଷିକ ବାତାବରଣ ସୃଷ୍ଟିରେ ପୁରାତନ ଛାତ୍ର ସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ l ଯାହା ଉପରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସର୍ବଦା ଗୁରୁତ୍ୱାରୋପ କରିଆସିଛନ୍ତି l କୁଳପତି ପ୍ରଫେସର ଦାଶଙ୍କ ପ୍ରେରଣା ତଥା ପୁରାତନ ଛାତ୍ର ସଂଘର ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଧରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ଓ ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ତଥା ପୁରାତନ ଛାତ୍ର ସଂଘର ସଦସ୍ୟ ଡ. ମନୋଜ କୁମାର ପଟ୍ଟନାୟକଙ୍କ ସମେତ ପୁରାତନ ଛାତ୍ର ସଂଘର ସମ୍ପାଦକ ଶ୍ରୀଯୁକ୍ତ ପ୍ରତ୍ୟୁଷ କୁମାର ଦାଶ ଓ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବି. ମନୋଜ କୁମାର ପାତ୍ର ପ୍ରମୁଖ ମଂଚାସୀନ ଥିଲେ l ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ଆୟୋଜିତ ଏହି ବାର୍ଷିକ ସମ୍ମିଳନୀର ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ସହ ଜାତୀୟ ଓ ବିଶ୍ୱବିଦ୍ୟାଳୟର କୁଳସଂଗୀତ ସମବେତ ଭାବେ ଗାନ କରାଯାଇଥିଲା l ଏହା ପରେ ପୁରାତନ ଛାତ୍ର ସଂଘର ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଧଳ ସ୍ୱାଗତ ସମ୍ଭାଷଣ ସହ ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ମଂଚାସୀନ ପୁରାତନ ଛାତ୍ର ସଂଘର ସମ୍ପାଦକ ଶ୍ରୀଯୁକ୍ତ ପ୍ରତ୍ୟୁଷ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହା ପରେ ପୁରାତନ ଛାତ୍ର ସଂଘର ବାର୍ଷିକ ମୁଖପତ୍ର ଅତିଥିମାନଙ୍କ କର କମଳରେ ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଥିଲା l ମଂଚାସୀନ ସମ୍ମାନିତ ଅତିଥି ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ପୁରାତନ ଛାତ୍ରସଂଘର ବହୁମୁଖୀ କାର୍ଯ୍ୟକ୍ରମ ତଥା ସ୍ୱାସ୍ଥ୍ୟପରୀକ୍ଷା, ରକ୍ତଦାନ ଶିବିର, ବୃକ୍ଷରୋପଣ, ଆତ୍ମନିଯୁକ୍ତି ପ୍ରଶିକ୍ଷଣ, ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ଭଳି ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ପ୍ରକାଶ କରିବା ସହ ନୂତନ ସଦସ୍ୟଙ୍କୁ ସାମିଲ କରି ସଂଘକୁ ବ୍ୟାପକ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ l ମୁଖ୍ୟଅତିଥି କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ ନିଜ ବକ୍ତବ୍ୟରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ଦ୍ଵିତୀୟ ଗୃହ ଓ ତାର ସର୍ବାଙ୍ଗୀନ ଉନ୍ନତି ଆମମାନଙ୍କ ନୈତିକ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିବା ସହ ପୁରାତନ ଛାତ୍ର ସଂଘର ସହଯୋଗ କାମନା କରିଥିଲେ l ସଂଘର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପାତ୍ର ବାର୍ଷିକ ଆୟବ୍ୟୟର ଅଟକଳ ପ୍ରଦାନ କରିଥିଲେ l ଆଜିର କାର୍ଯ୍ୟକ୍ରମ ଅବସରରେ ଖଲ୍ଲିକୋଟ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରଫେସର ବ୍ରଜମୋହନ ଶାସମଲଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଏହା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରି ଖଲ୍ଲିକୋଟ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଶ୍ରୀ ଓ ସମ୍ମାନ ବୃଦ୍ଧିରେ ସହାୟକ ହୋଇଥିବା ପୁରାତନ ଛାତ୍ର ସଂଘର ସଦସ୍ୟ ଓ ପାରଦର୍ଶୀ ବ୍ୟକ୍ତି ଶ୍ରୀଯୁକ୍ତ ପି. ମହେଶ୍ୱର ରାଓ, ଶ୍ରୀଯୁକ୍ତ ପି. ସତ୍ୟନାରାୟଣ, ଶ୍ରୀଯୁକ୍ତ ବାଳକୃଷ୍ଣ ପଣ୍ଡା, ଶ୍ରୀଯୁକ୍ତ ଭି. ଜଗନ୍ନାଥ ରାଓ, ଶ୍ରୀଯୁକ୍ତ ଦୀପକ ପଟ୍ଟନାୟକ, ଶ୍ରୀଯୁକ୍ତ ଇ. ଅଶୋକ କୁମାର ଓ ଶ୍ରୀଯୁକ୍ତ ଭି. ଅନନ୍ତ ପଦ୍ମନାଭ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହା ସହ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ କୃତୀ ଛାତ୍ର ସୁମନ ଦାଶ, ଆର. ଧବଳେଶ୍ୱର ରେଡ୍ଡୀ, ଓମ ପ୍ରକାଶ ପ୍ରଧାନ, ଅଜୟ ବେହେରା ଓ ଛାତ୍ରୀ ଶ୍ରୀୟା ଶ୍ରୀମୟୀ ସାହୁ ପ୍ରମୁଖଙ୍କୁ ସେମାନଙ୍କ କୃତିତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହା ସହ ପୁରାତନ ଛାତ୍ରସଂଘର ନୂତନ ଓ ପୁରାତନ ସଦସ୍ୟଙ୍କ ମଧ୍ୟରେ ଭାବ ଆଦାନପ୍ରଦାନ ସହ ସମସ୍ତ ସଦସ୍ୟଙ୍କୁ ସ୍ମୃତି ଉପହାର ପ୍ରଦାନ କରାଯାଇଥିଲା l ଆଜିର କାର୍ଯ୍ୟକ୍ରମ ଅବସରରେ ବିଶ୍ୱବିଦ୍ୟାଳୟରଛାତ୍ରୀ ଶ୍ରୀୟା ଶ୍ରୀମୟୀ ଓଡ଼ିଶୀ ଓ ଓଡ଼ିଆ ବିଭାଗ ଛାତ୍ର ସୁମନ ଦାଶ ବଂଶୀବାଦନ ସହ ଛାତ୍ର ଶୁଭମ ସାବତ, ଓଁକାର, ନନ୍ଦନ, ଶୁଭ୍ରାମଣି ନାହାକ, ଅମ୍ବିକା ପ୍ରମୁଖଙ୍କ ଅଭିନୀତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପଦର୍ଶିତ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ସଂଘର ଉପ ସଭାପତି ଏମ. ଶ୍ରୀନିବାସ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ପୁରାତନ ଛାତ୍ରସଂଘର ସଦସ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା,ଡ. ସମ୍ବିତ ବେଗରାୟ, ଡ. ବିଭୂ ପ୍ରସାଦ ସାହୁ, ରାମେଶ୍ୱରୀ ନନ୍ଦ, ସବିତା ରାଣୀ ସାହୁ, ଶ୍ରୀନିବାସ ରାଓ, ଜୀବନ କୁମାର ପଟ୍ଟନାୟକ, ଅଶୋକ ମୁଦୁଲି,ସଦାନନ୍ଦ ବିଷୋୟୀ, ସ୍ବର୍ଣ୍ଣଲତା ବିଷୋୟୀ,ଧୀରେନ୍ଦ୍ର ପଣ୍ଡା, ଗୋବିନ୍ଦ ଗୌଡ଼, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ବହୁ ସଦସ୍ୟଙ୍କ ସହ ବିଶ୍ୱବିଦ୍ୟାଳୟର ବହୁ କର୍ମଚାରୀ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ