ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ

ଆସିକା  (ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ପରାମର୍ଶ ସାଙ୍ଗକୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି ଓ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଏବଂ ଭଂଜ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ବାର୍ଷିକ ପରୀକ୍ଷା ଫଳ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ପ୍ରକାଶ ପାଇଥିବା ଜଣାପଡିଛି । ଶିକ୍ଷାବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ଜାରି ହୋଇଥିବା ଗାଇଡ୍‍ଲାଇନ୍‍ ଅନୁଯାୟୀ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କ କ୍ଷେତ୍ରରେ ପାସ୍‍ ଫେଲ୍‍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟର ଅଧୀନସ୍ଥ ୧୩୫ଟି ସରକାରୀ ବିଦ୍ୟାଳୟରେ ଚଳିତବର୍ଷ ପଞ୍ଚମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେବା ପାଇଁ ୧୮୪୮ ଜଣ ବିଦ୍ୟାର୍ଥୀ ନାମ ପଞ୍ଜିକରଣ କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ଅନୁପସ୍ଥିତ ରହିବାରୁ ୧୮୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମାତ୍ର ବିଦ୍ୟାର୍ଥୀ ପଞ୍ଚମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଫେଲ୍‍ ହୋଇଥିବା ବେଳେ ୧୮୩୫ ଜଣ ଛାତ୍ରଛାତ୍ରୀ ପାସ୍‍ ହୋଇଥିବା ଜଣାପଡିଛି । ସେହିପରି ଅଷ୍ଟମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ୧୯୪୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିଲା ବେଳେ ୧୮ ଜଣ ଅନୁପସ୍ଥିତ ରହିବାରୁ ୧୯୨୨ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ ଓ ସମସ୍ତ ବିଦ୍ୟାର୍ଥୀ ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ପାସ୍‍ ହୋଇଥିବା ଜଣାପଡିଛି । ଗତ ୯ ତାରିଖ ଠାରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହୋଇଥିବା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ବାର୍ଷିକ ପରୀକ୍ଷାର ଫଳାଫଳ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ବିଦ୍ୟାଳୟରେ ପ୍ରକାଶିତ ହୋଇଥିଲା ଓ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାର ପ୍ରଗତି ରିପୋର୍ଟ (ପ୍ରୋଗ୍ରେସ୍‍ ରିପୋର୍ଟ) ପ୍ରଦାନ କରାଯାଇଥିଲା । ବିଦ୍ୟାର୍ଥୀମାନଙ୍କ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନ ଅବସରରେ ସରକାରୀ ବିଦ୍ୟାଳୟ ଗୁଡିକରେ ଅଭିଭାବକମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କ ନୈତିକ, ବୌଦ୍ଧିକ, ଶାରୀରିକ, ମାନସିକ ଓ ଶୈକ୍ଷିକ ପ୍ରଗତି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଶିକ୍ଷାବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କ କ୍ଷେତ୍ରରେ ପାସ୍‍-ଫେଲ୍‍ ବ୍ୟବସ୍ଥା ଲାଗୁ କରାଯାଇଥିଲା ବେଳେ ଯେଉଁ ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହୋଇନାହାନ୍ତି ସେମାନଙ୍କ ପାଇଁ ସପ୍ଳିମେଣ୍ଟାରୀ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା ବେଳେ ତା ପୂର୍ବରୁ ଅକୃତକାର୍ଯ୍ୟ ହୋଇଥିବା ପିଲାଙ୍କ ପାଇଁ ବିଦ୍ୟାଳୟ ପକ୍ଷରୁ ରେମେଡିଆଲ୍‍ ଟିଚିଂ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ