ବାରାହୀ ବିଦ୍ୟାପୀଠ,କଳବାଡ଼ରେ ବାର୍ଷିକ ଉତ୍ସବ

ଚିକିଟୀ (ଦୀପ୍ତି ରଞ୍ଜନ ପାଢ଼ୀ ): କଳବାଡ଼ ବାରାହୀ ବିଦ୍ୟାପୀଠରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କୁନି ସାହୁଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ  ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି |ମୁଖ୍ୟ ଅତିଥି ଭାବେ ଚିକିଟୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ପନ୍ନଗ ଭୂଷଣ ମାଝୀ , ମୁଖ୍ୟବକ୍ତା ଭାବେ , ରାଜକବି ରାଧାମୋହନ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ମହାନ୍ତି , ସମ୍ମାନିତ ଅତିଥି ଭାବେ  ତିନିଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ତ୍ରିନାଥ ମଲ୍ଲିକ , ନାଏକ ସେଠୀ ଓ ମେଘନାଥ ବେହେରା, ସି.ଆର.ସି.ସି ସୁଜିତ୍ କୁମାର ପାଢ଼ୀ, ଅବସରପ୍ରାପ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ମହାନ୍ତି, ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ପାଢ଼ୀ, ଅବସର ପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ନିଗମ ପଣ୍ଡା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି କିଶୋର ପ୍ରଧାନ ଏବଂ ବିଦ୍ୟାଳୟର ପ୍ରତିଷ୍ଠାତା ଜୁର ପ୍ରଧାନ ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ |  ଅତିଥିମାନେ ବାର୍ଷିକ ଉତ୍ସବ ପାଳନର ସୁଦୂର ପ୍ରସାରୀ ପ୍ରଭାବ କିପରି ଶିକ୍ଷାର୍ଥୀଙ୍କ ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ ତା’ ଉପରେ ଆଲୋକପାତ କରିଥିଲେ |  ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି  ଦକ୍ଷତା ପ୍ରଦର୍ଶନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଶିକ୍ଷକ ସମରଥ ବେହେରା ଓ ନିଳାମ୍ବର ବେହେରା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ |  ପରିଶେଷରେ ଶିକ୍ଷକ ରବୀନ୍ଦ୍ରନାଥ ପାଢ଼ୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ