ବାଲିଆ ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆ ସରସ୍ୱତୀ ଶିଶୁ ମନ୍ଦିରର ୩୩ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶାର ସମ୍ପାଦକ ଡ. କରୁଣାକର ପ୍ରଧାନ, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ମୂରଲୀଧର ରଥ, ସମ୍ମାନୀତ ଅତିଥି ଭାବେ ଓଡିଶା ଚ.କ. କମ୍ପାନୀ ମୁଖ୍ୟ ଅଭିନନ୍ଦନ ପାତ୍ର,ଶିକ୍ଷା ବିକାଶ ସଂସ୍ଥାନର ବରିଷ୍ଠ ସଦସ୍ୟ ଧରଣୀଧର ବେହେରା, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ସୁନୀତା କୁମାରୀ ବେହେରା ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅତିଥିମାନେ ଲିମ୍ବ ଓ ବଉଳ ଗଛର ଚାରା ବିଦ୍ୟାଳୟ ପରିସରରେ ରୋପଣ କରିବା ସହ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅପରାହ୍ନରେ ସଭାପତି ଶ୍ରୀ ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବ୍ୟାଙ୍କ ପ୍ରଶାସକ ତଥା କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତି, ସମ୍ମାନୀତ ଅତିଥି ଭାବେ ଡା. ବିଶ୍ୱପ୍ରକାଶ କାନୁନଗୋ, ବମ୍ବେ କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟର ଓଡିଶା ସଦସ୍ୟା ଗାୟତ୍ରୀ ମହାନ୍ତି, ଭାଗବତପୁର ସମିତି ସଭ୍ୟା ପ୍ରମିଳା ମିଶ୍ର, ଅର୍ବାନ ବ୍ୟାଙ୍କର ଅବସରପ୍ରାପ୍ତ ସି.ଇ.ଓ. ସୁଶିଲ କୁମାର ସାମଲ, ମାତା ସରୋଜିନୀ ପତି, ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଚିତ୍ତରଞ୍ଜନ ନାୟକ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ନିରଞ୍ଜନ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ। ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ବିଭୁତିରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ରାଜଗୋପାଳ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଦନମୋହନ ବେହେରା, ନାରାୟଣ ସ୍ୱାଇଁ, ବସନ୍ତ କୁମାର ଯେନା, ନଗେନ୍ଦ୍ର ରାଉତ, ପ୍ରଶାନ୍ତ କୁମାର ଦାସ, ଧରଣୀଧର ଦାସ, ଅକ୍ଷୟ କୁମାର ରାଉଳ, ନିଗମ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶିଶୁ ମନ୍ଦିରର ଆଚାର୍ଯ୍ୟ,ଆଚାର୍ଯ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ