ଶନିଦେବଙ୍କର ବାର୍ଷିକ ଉତ୍ସବ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଚଣ୍ଡିପୁରସ୍ଥିତ ଶନିଦେବ ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସକାଳେ ଗ୍ରାମ୍ୟ ପୁଷ୍କରିଣୀରୁ କଳସ ଅଣାଯାଇ ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଧନଞ୍ଜୟ ସ୍ୱାଇଁ, ଦମୟନ୍ତୀ ସ୍ୱାଇଁ ସଂକଳ୍ପ କରିଥିଲେ । ପୂଜକ ଉଦୟନାଥ କର, ରବିନ୍ଦ୍ର ନାରାୟଣ ପଣ୍ଡାଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏଥିରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଧରଣୀଧର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଣେଶ ସ୍ୱାଇଁ, ସୁରେଶ ସ୍ୱାଇଁଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ