ହାତୀଓଟ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ
ପୋଲସରା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ହାତୀଓଟ ଗ୍ରାମ ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଙ୍ଗାଧର ସାହୁ ଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସରେ ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁଙ୍କ ଚରିତ୍ର ଗଠନରେ ମାଆମାନଙ୍କ ଭୂମିକା ଓ ଗୁରୁଜୀ ଗୁରୁମାଙ୍କ ନିଃସ୍ଵାର୍ଥପର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ତଥା ଧାରାବାହିକ ଅଭିନେତା ଉଦୟ, ଅଭିନେତ୍ରୀ ଜିନା ସାମଲ ଓ ସସ୍ମିତା ସାହୁ ମୁଖ୍ୟ ଆକର୍ଷଣ ଭାବେ ଯୋଗଦେଇ ଦର୍ଶକଙ୍କ ମନ ମୁଗ୍ଧ କରିଥିଲେ। ବରିଷ୍ଠ ଶିକ୍ଷାବିତ୍ ମୁରଲୀଧର ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାରେ ଶିଶୁ ମନ୍ଦିରର ଅତୁଳନୀୟ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରି ନିଜକୁ ଓଡ଼ିଆ ବୋଲି ଗର୍ବ ଅନୁଭବ କରିବାକୁ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ନନ୍ଦ ସ୍ଵାଗତ ଭାଷଣ ଦେଇ ଥିବାବେଳେ ଉପସଭାପତି ସନ୍ତୋଷ କୁମାର ପାତ୍ର ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ। ସମ୍ପାଦକ ସନ୍ତୋଷ କୁମାର ମହାରଣା ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ କୁମୁଦ ଚନ୍ଦ୍ର ଦାଶ ଅତିଥି ପରିଚୟ ପ୍ରଦାନ କରି ଥିଲେ। ସମ୍ମାନିତ ଅତିଥି ଭାବେ ହାତୀଓଟ ସମିତି ସଭ୍ୟ କାହ୍ନୁ ଚରଣ ସାହୁ ଓ ସରପଞ୍ଚ ପ୍ରତିନିଧି ସୁଶାନ୍ତ କୁମାର ସାହୁ, ନାଏବ ସରପଞ୍ଚ ସପନ କୁମାର ପାଣି, ପୂର୍ବତନ ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ ଯୋଗଦେଇ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିଶୁ ମାନକ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ବିଦ୍ୟାଳୟର ସହସଂପାଦକ ଜଗନ୍ନାଥ ସାହୁ, ସଭ୍ୟ ରଘୁନାଥ ବେହେରା, ସଭ୍ୟା ନର୍ମଦା ବେହେରା ଙ୍କ ସମେତ ସମସ୍ତ କମିଟି ସଦସ୍ୟ ଓ ଗୁରୁଜୀ ଗୁରୁମା ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


