ଜାମିନିପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ସମାରୋହ ଓ ପୁରସ୍କାର ବିତରଣ ଉତ୍ସବ

ହାଟଡିହି,(ଓ୍ବାଇଏନଏସ):  ହାଟଡିହି ବ୍ଲକର ସରକାରୀ ପ୍ରାଥମିକ ବିଦ୍ୟାଳୟ ଜାମିନିପୁର ର  ବାର୍ଷିକ ଉତ୍ସବ ଓ କ୍ରୀଡା ମେଧା ଅନ୍ଵେଷଣ ପ୍ରତିଯୋଗିତାର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ କୁମାର ଦାସଙ୍କ ସଂଯୋଜନାର  ପ୍ରଧାନଶିକ୍ଷକ ପ୍ରଦୀପ କୁମାର ର ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଷ୍ଠିତ କାର୍ଯ୍ୟକ୍ରମରେ ମୁଖ ମୁଖ୍ୟ ଅତିଥ୍ ଭାବେ କ୍ଲଷ୍ଟର ସଂଯୋଜକ ଯତିବ୍ରତ ସ୍ବାଇଁ, ମୁଖ୍ୟବକ୍ତା ଭାବେ ଏସ.ଏମ.ସି. ଅଧ୍ଯକ୍ଷ ସରୋଜ କୁମାର ତରାଇ, ସମ୍ମାନିତ ଅତିଥିଭାବେ ମହେଶ୍ବର ଊ.ପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ ସ୍ବାଇଁ,  ଏସ.ଏମ.ସି ସଭ୍ଯା ପାର୍ବତୀ ମୁଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଶିକ୍ଷୟତ୍ରୀ ପ୍ରତିମା ଖଟୁଆ ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ସହକାରୀ ଶିକ୍ଷକଙ୍କ ସଂଯୋଜନାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପ୍ରଧାନଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା ପରିଷଦର  ସଭ୍ୟସଭ୍ୟା କାର୍ଯ୍ୟକ୍ରମରେ ସହଯୋଗ କାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ