ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବୁଗୁଡା, (ଅନୀଲ କୁମାର ମହାରଣା): ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫେବୃୟାରୀ ୨୩ ତାରିଖରେ ବାର୍ଷିକ ଉତ୍ସବ ଅନୁଷ୍ଠିତହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦର୍ଶନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ କୁମାର ଜେନା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିମାଞ୍ଚଳ ସେଠୀ ଏବଂ ସମ୍ମାନିତ ଅତିଥି ଭାବେ ଏସଏମସି ସଭାପତି ପ୍ରଫୁଲ୍ଲ ଗୌଡ଼, ଶିକ୍ଷକ ସଂଘ ସଭାପତି ପିତାମ୍ବର ଗୌଡ଼, ଅନ୍ତରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ଜେନା, କାଦପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ ନାୟକ, ଏ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟୁକୁନା ବେହେରା ଓ ଗ୍ରାମ୍ୟ ଅଧିକାରୀ ଅଶୋକ ମଳିକ ଯୋଗ ଦେଇଥିଲେ। ଶିକ୍ଷକ ଶ୍ରୀନିବାସ ଆଚାରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନଶିକ୍ଷକ ସୁଦର୍ଶନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଭାବେ ପାଠ ପଢି ଚାରିତ୍ରବାନ ହେବାକୁ ପରାମର୍ଶ ଦେବାସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କାର ବିତରଣ କରିଥିଲେ। ଶିକ୍ଷକ ମିତ୍ରଭାନୁ ସ୍ଵାଇଁ ଓ କୀର୍ତ୍ତିଭାନୁ ଖାଡଙ୍ଗା, ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁ ଓ ଗୀତାଞ୍ଜଳି ପ୍ରଧାନ ଏବଂ କମିଟି ସଦସ୍ଯ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ କମଳ ଲୋଚନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ