ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ବନ୍ତ,(ଚାନ୍ଦିନୀ ମହାନ୍ତି) :  ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ୪୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ମାନେ ଜଗନ୍ନାଥଙ୍କ ଫଟୋ ଚିତ୍ର ନିକଟରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ପରେ ଉତ୍କଳ ସଙ୍ଗୀତ ଗାନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ମନୋରମା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତଥା ଉତ୍କଳ ପ୍ରସଙ୍ଗର ପୂର୍ବତନ ସମ୍ପାଦକ ଡ. ଶଶଧର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟା ହେଉଛି ସତତା ଆରୋହଣର ପଥ । ପାହାଚ ପରେ ପାହାଚ ଅତିକ୍ରମ କଲେ, ଆମେ ବିଦ୍ୟା ଅର୍ଜ୍ଜନ କରିପାରିବା ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଧାମନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ, ଓଡିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭ୍ୟ ତଥା ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗ ଦେଇ ଜୀବନର ସଫଳତା ହାସଲ ପାଇଁ ଜହ୍ନ ଓ ମନର ସମନ୍ୱୟ ଦରକାର ବୋଲି କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ସ୍ୱାଗତ ଭାଷଣ ଓ ସଭାପତିଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ରାଜେଶ କୁମାର ବିଶ୍ୱାଳ ମଞ୍ଚ ସଂଯୋଜନା, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଦେବତା ବେଦପାଠ, ଛାତ୍ର ସଂସଦର ଉପଦେଷ୍ଟା ଆଦିତ୍ୟ ନାରାୟଣ ବାରିକ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଅଧ୍ୟାପକ ରତିକାନ୍ତ ଜେନା, କୀର୍ତ୍ତି ଚନ୍ଦ୍ର ପଲାଇ, କୀର୍ତ୍ତନ ବିହାରୀ ନାୟକ, କଲ୍ୟାଣ ରାଉତ, ଅଧ୍ୟାପିକା ସଂଯୁକ୍ତା ରାଉତ, ସରିତା ଲେଙ୍କାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ