ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡ଼ାର ଅନୁସୂଚିତ ଜାତି ଜନଜାତି ବିଭାଗ ପରିଚାଳିତ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁନିତା ସାହୁଙ୍କ ସଭାପତିତ୍ବ ଏବଂ ବରିଷ୍ଠ ଶିକ୍ଷକ ପତିତପାବନ ଜେନା ଓ ସହକାରୀ ଶିକ୍ଷୟତ୍ରୀ ଅନୁପମା ବେହେରାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଭାଗୀୟ ଜିଲ୍ଲା ଶିକ୍ଷାଧିକାରୀ ଶ୍ୟାମଘନ ଭୂୟାଁ,ମୁଖ୍ୟବକ୍ତା ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ସମ୍ମାନିତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ସମାଜସେବୀ ରାମଚନ୍ଦ୍ର ବେହେରା, ସମାଜସେବୀ ଗୌରାଙ୍ଗ ଚରଣ ରାଉତ,ବ୍ଲକ ଏବିଓ ସୁବାସ ସିଂ,ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ହୃଷିକେଶ ଜାଲି, ରାଜନେତା ଜଗନ୍ନାଥ ନୁଣ୍ଡ୍ରୁକା,ମୁନିଖୋଲ ଆଶ୍ରମ ପ୍ରଧାନ ଶିକ୍ଷକ ଗୋବିନ୍ଦ ଶବର,ରାଇବିଜ୍ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅନୁରାଧା ଲିଙ୍ଗମ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନିତା ସାହୁ ବାର୍ଷିକ ବିବରଣୀ ପାଠ ସମୟରେ ବିଦ୍ୟାଳୟର ବିଭିନ୍ନ ସୁବିଧା ଓ ଅସୁବିଧା ବିଷୟରେ ଆଲୋକପାତ କରିବା ସହ ଏହାର ସମାଧାନ ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଅତିଥିମାନେ ବିଦ୍ୟାର୍ଥୀ ମାନଙ୍କୁ ଭଲ ମଣିଷ ହେବାକୁ ଓ ଚରିତ୍ରବାନ ହେବାକୁ ଆହ୍ଵାନ ଦେଇଥିଲେ। ଦୈନିନ୍ଦିନି ଜୀବନରେ ପିତାମାତା,ଗୁରୁ ଗୁରୁଜନଙ୍କ ଆଜ୍ଞାଧୀନ ହେବା ସହିତ ସମୟାନୁବତ୍ତିତା ,ସ୍ବପ୍ନ ସାର୍ଥକ କରିବା ପାଇଁ ଲକ୍ଷ ନିର୍ଦ୍ଧିଷ୍ଟ କରିବା,ନିଜକୁ ଶ୍ରେଷ୍ଠ କରି ଗଢ଼ିବା ପାଇଁ ପ୍ରାୟାସ ଜାରି ରଖିବା ସହ ରାଷ୍ଟ୍ର ନିର୍ମାଣରେ ଶ୍ରେଷ୍ଠ ଯୋଗ ଦାନ ଦେବାକୁ ପରାମର୍ଶ ଦେଇଥିଲେ। ପରେ ଶିକ୍ଷା,କ୍ରୀଡା,ସଙ୍ଗୀତ ସହ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପାତ୍ର,ଟ୍ରଫି ଓ ଉପହାର ଦେଇ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରୀ ମାନଙ୍କ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ ବାର୍ଷିକ ଉତ୍ସବକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ,ଓ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ।


