ହରଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ହରଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ବାର୍ଷିକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ପଟନାୟକଙ୍କ ଅଧ୍ୟକ୍ଷତାରେ   ଅନୁଷ୍ଠିତ ଉତ୍ସବରେ ଟାଙ୍ଗଣା ପଲ୍ଲୀ ପଞ୍ଚାୟତର ସରପଞ୍ଚ ବି. ସୁଦାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଦ୍ୟାଳୟର ଉନ୍ନତି ପାଇଁ ପଞ୍ଚାୟତ ପାଣ୍ଠିରୁ ଆର୍ଥିକ ସହଯୋଗ ପାଇଁ ପ୍ରତିଶୃତି ଦେଇ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପୂର୍ବତନ ବିଧାୟକ ସ୍ବର୍ଗତ ରାମଚନ୍ଦ୍ର ସେଠିଙ୍କ ପ୍ରତି କୃତଜ୍ଞତା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ମୁଖ୍ୟବକ୍ତା ରୂପେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ବରିଷ୍ଠ ଶିକ୍ଷକ ନେତା କାମରାଜୂ ମହାରଣା ବିଦ୍ୟାଳୟ ପ୍ରତିଷ୍ଠା ବିବରଣୀ ଦେଇ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ, ଧୈର୍ଯ୍ୟ ଓ ଠିକ ନିଷ୍ପତି ନେଲେ ଭବିଷ୍ୟତ ମଙ୍ଗଳ ହେବ ବୋଲି ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଷ୍ମୀନାରାୟଣ ଶତପଥୀ, ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ କୋରା ମହାରଣା, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଗଦାଧର ରାଉଳ, ସମିତି ସଭ୍ୟା ମୀନାକୁମାରୀ ସାହୁ, ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନର୍ମଦା କୁମାରୀ ଦେବୀ,  ପ୍ରକାଶଚନ୍ଦ୍ର ପାଣିଗ୍ରାହୀ,ନୀଳକଣ୍ଠେଶ୍ଵର ବିଦ୍ୟପୀର ଏନ. ସି. ସି ଫାଷ୍ଟ ଅଫିସର ସୁଧାକର ବୋଳି, ମାୟା ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ଉପସ୍ଥାନ କରି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ l ପ୍ରାରମ୍ଭରେ ଧର୍ମେନ୍ଦ୍ର ପ୍ରଧାନ ଜଗନ୍ନାଥ ଜଣାଣ ପରିବେଷଣ କରିଥିଲେ l ଅତିଥି ମାନେ  କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ କରିଥିଲେ l ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଶିକ୍ଷୟିତ୍ରୀ ପ୍ରଭାସିନୀ ସାହୁ, ଶୁଭ୍ରଚଳା ବକ୍ସି, ସାଗରୀକା ପାଢ଼ୀ, ଜି. ବିଜୟାଲକ୍ଷ୍ମୀ, ନମିତା ଆଚାର୍ଯ୍ୟ, ସୁଧୀର ସେଠି, ପଦ୍ମଚରଣ ଦାସ, ବିନୋଦ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ