କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ୬୯ତମ ବାର୍ଷିକ ଉତ୍ସବ ଓ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶଶୀ ଶେଖର କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବିଶିଷ୍ଟ ଅତିଥି ଭାବେ ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ, ମୁଖ୍ୟ ବକ୍ତା ଭାବେ ତ୍ରିଦଣ୍ଡି ସ୍ୱାମୀ ଭକ୍ତି ବଲ୍ଲଭ ଆଚାର୍ଯ୍ୟ ମହାରାଜ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଡ.ପ୍ରଫୁଲ୍ଲ କୁମାର ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ ଡ.ସୁକୀର୍ତ୍ତି କର, ବିଧାୟକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ୱାଇଁ, ପ୍ରାକ୍ତନ ରାଜ୍ୟ ଓଷ୍ଟା ସାଧାରଣ ସମ୍ପାଦକ ରଘୁନାଥ ସାହୁ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା, ପଞ୍ଚ ଶିକ୍ଷା ସେତୁ ସଭାପତି କିଶୋର ଚନ୍ଦ୍ର ଦାଶ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁଃଶାସନ ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ତରଣୀସେନ ଜେନା ଅତିଥି ପରିଚାୟ ଓ ମାନପତ୍ର ପଠନ, ଶିକ୍ଷକ ବ୍ରଜ କିଶୋର ନାୟକ ବାର୍ଷିକ ବିବରଣୀ ପାଠ, ଶିକ୍ଷକ ତାପସ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ କୈଳାସ ଚନ୍ଦ୍ର ଜେନା ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶିକ୍ଷକ ତରଣୀସେନ ଜେନାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ମଣିଭଦ୍ର ମିଶ୍ର, ଅଜୟ ସେଠୀ, ସୁଭାଂଶୁ ଶିଅଳ, ଅଭୟ କୁମାର ସାହୁ, ବିଭୁତି ଭୂଷଣ ପଣ୍ଡା, କାର୍ତ୍ତିକ ସେଠୀ, ଶ୍ୟାମ ସୁନ୍ଦର ସେଠୀ, ସନ୍ଦୀପ ବେହେରା, ସାଶ୍ୱତୀ ପାଣିଗ୍ରାହୀ, ଋଷି କଲ୍ୟାଣୀ ସେଠୀ, ମିନତୀ ଦୀକ୍ଷିତ, ଶୁଭଶ୍ରୀ ପତି, ସୋଫିଆ ମଲ୍ଲିକ, ମୋନାଲିସା ସାହୁ, ଶିକ୍ଷା କର୍ମଚାରୀ ଉମା ଶଙ୍କର ଲେଙ୍କା, ସୁବାଷ ଚନ୍ଦ୍ର ସେଠୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ