ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଘର ବାର୍ଷିକ ଉତ୍ସବ

ବ୍ରହ୍ମପୁର,(ୱାଇଏନଏସ): ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଘ, ଗଂଜାମ ଜିଲ୍ଲା ଶାଖାର ୫ମ୍ ବାର୍ଷିକ ଉତ୍ସବ ସ୍ଥାନୀୟ କବିସୂର୍ଯ୍ୟ ରଙ୍ଗମଞ୍ଚ , ଗଂଜାମ କଳାପରିଷଦ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ସଂଗଠନର ସଭାପତି ଡି.ମୋହନ ରାଓ ସଭାପତିତ୍ୱ କରିଥିଲେ। ରାଜ୍ୟ ସଂଗଠନର ମହାସଚିବ ଗୋକୁଳାନନ୍ଦ ବେହେରା , କାର୍ଯ୍ୟକାରୀ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ପଞ୍ଚାନନ ଜେନା ଅନ୍ୟତମ ବକ୍ତା ଭାବେ ଯୋଗ ଦେଇଥିଲେ। ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ୪୦୦ ରୁ ଅଧିକ ସଭ୍ୟା/ ସଭ୍ୟ ଯୋଗଦେଇଥିଲେ । ସଭାପତି ମୋହନ ରାଓ ଇପସ୍ଥିତ ଥିବା ସମସ୍ତ ସଭ୍ୟଙ୍କୁ ଅଭିନନ୍ଦନ ଜଣାଇ ଥିଲେ ଓ ସାମୁହିକ ଜାତୀୟ ସଙ୍ଗୀତ ଗାନପରେ ସଂଗଠନର ସମ୍ପାଦକ ଦୀର୍ଘ ଏକବର୍ଷବ୍ୟାପୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। ସମ୍ପାଦକୀୟ ବିବରଣୀ ଉପରେ ରାଜ୍ୟ ସଂଘର ଉପଦେଷ୍ଟା କେ.ନନ୍ଦେଷୁ ସେନାପତି, ଉପ ସଭାପତି ଏ.ସତ୍ୟନାରାୟଣ ଗୁପ୍ତା, ଜିଲ୍ଲା ଉପଦେଷ୍ଟା ସହସ୍ରନାମ ପାଠୀ,ରଙ୍ଗେଇଲୁଣ୍ଡା ବ୍ଲକର ସଭାପତି କେ.କୃଷ୍ଣ ମୂର୍ତ୍ତୀ, ଚିକିଟି ବ୍ଲକର ବି. ଧର୍ମାରାଓ, ସୋରଡା ବ୍ଲକର ସଭାପତି ଅଭିମନ୍ୟୁ ସେଠୀ, ପାତ୍ରପୁର ବ୍ଲକର ସଭାପତି ଶଶାଙ୍କ ପ୍ରଧାନ, ବେଲଗୁଣ୍ଠା ବ୍ଲକର ସଭ୍ୟ, ଓଷ୍ଟା ସଂଗଠନର ବିଜୟ କୁମାର ବେହେରା ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଗୋକୁଳାନନ୍ଦ ବେହେରା ଭାଲିଡିସନ ଆକ୍ଟ ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହା ସଂପୂର୍ଣ୍ଣ ଭାବେ ପେନସନର ମାନଙ୍କୁ ବିଭକ୍ତ କରି ଓ ପେନ୍ସନକୁ ସୀମିତ କରିବା ଓ ଦରମା ସମୀକରଣରେ ପୂର୍ବପରି ପାଉଥିବା ସୁବିଧାକୁ କ୍ଷୁର୍ଣ୍ଣ କରିବା ପାଇଁ ପ୍ରାୟୋଜିତ। ଏହାକୁ ପ୍ରତ୍ୟାହାର ପାଇଁ ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଏହି ସଂଗଠନ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ଜଣାଇଥିଲେ। ମୂଖ୍ୟ ଅତିଥି ରାଜ୍ୟ କାର୍ଯ୍ୟକାରୀ ସଭାପତି ଉଦ ଵୋଧନ ଦେଇ କହିଥିଲେ ଯେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ବହୁବାର ୯ ଦଫା ଡାବିନେଇ ମିଶିଛନ୍ତି କିନ୍ତୁ ଆଶ୍ୱାସନା ବ୍ୟତୀତ ଅନ୍ୟକିଛି ମିଳିନାହିଁ। ସେହିପରି କେନ୍ଦ୍ର ସରକାର ଜାନୁଆରୀ ପହିଲାରୁ ଦେବାକୁ ଥିବା ମହଙ୍ଗା ଭତ୍ତା ଆଜିଯାଏ ଘୋଷଣା କରିନାହାନ୍ତି। ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘ ଡ଼ାକରାରେ ସର୍ବଭାରତ ସ୍ଥରରେ ଭାରତର ୮୦୦ ବ୍ଲକରେ ଓ ଜିଲ୍ଲା ସଦର ମହକୁମାରେ ପ୍ରତିବାଦ ଦିବସ ପାଳନ କରିବାକୁ ସ୍ଥିର କରାଯାଇଥିବା ଜଣାଇଥିଲେ। ଓଡ଼ିଶାରେ ଆମ ସଂଗଠନ ନେତୃତ୍ବରର ସମସ୍ତ ଜିଲ୍ଲା ଓ ବ୍ଲକରେ ପ୍ରତିବଡ଼ ଜଣାଇ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବାପାଇଁ ସ୍ଥିର ହୋଇଥିବା ଜଣାଇଥିଲେ। ସେହିପରି ରାଜ୍ୟ ପେନସନ୍ର ମାନଙ୍କ ନ୍ୟାୟୋଚିତ ଦାବୀ ଚିକିତ୍ସା ଭତ୍ତା ସମେତ ୯ ଦଫା ଦାବୀ ପୁର୍ଣ ପାଇଁ , ଭୁବନେଶ୍ୱର ଠାରେ ମେ ମାସ ତା ୧୩.୫.୨୬ ଠାରୁ ତା ୧୫.୫.୨୬ ତିନି ଦିନ ବ୍ୟାପୀ ପେନସନ୍ ର ମାନଙ୍କ ଧାରଣ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଯାଇଥିବା ସୂଚାଇଥିଲେ। ଏଥିରେ ଗଞ୍ଜାମରୁ ଚାରିଶହ ପେନସନ୍ର ଯୋଗ ଦେବାପାଇଁ ଅନୁରୋଧ କରିଥିଲେ। ଅନ୍ୟତମ ବକ୍ତା ପଞ୍ଚାନନ ଜେନା ବର୍ତମାନର କାର୍ଯ୍ୟକରିବା ସମୟ ସାମ୍ରାଜ୍ୟ ବାଦୀଙ୍କ ଚକ୍ରାନ୍ତ ଫଳରେ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିବାକୁ ପଡୁଥିବା ଜଣାଇଥିଲେ। ଅଶୀ ବର୍ଷରୁ ଅଧିକ ବର୍ଷ ବୟସର ୧୦ ଜଣ ସଭ୍ୟଙ୍କୁ ସମ୍ମାନିତ କରାଯାଇଥିଲା ଓ ପରେ ପରେ ସମସ୍ତ ୫୦ ଜଣ କାର୍ଯ୍ୟକାରୀ କମିଟିର ସଭ୍ୟା/ ସଭ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା।
ପରିଶେଷରେ ଯୁଗ୍ମସମ୍ପାଦକ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ