ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୨ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ସେକ୍ ଜଲାଲଉଦ୍ଦୀନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ଜିଲା ଜଙ୍ଘିରାସ୍ଥିତ ମହାପାଟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ନାୟକ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ତଥା ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହରେକୃଷ୍ଣ ଆପଟ୍ଟ, ଜିଲା ଓଷ୍ଟା ସଭାପତି ଶଶୀ ଶେଖର କରଶର୍ମା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ସାମଲ, ସରପଞ୍ଚ ଗଜେନ୍ଦ୍ର କୁମାର ସେଠୀ, ସମିତି ସଭ୍ୟା ସବିହା ଖାତୁନ୍‌, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ, ବନ ବିହାରୀ ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି, ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ପୃଷ୍ଟି ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଧାନପଡା ସେବା ସମବାୟ ସମିତିର ସଭାପତି ସେକ୍ କଦମ୍‌, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ପଣ୍ଡା, ସମାଜସେବୀ ସ୍ମ୍ମୃତି ରଞ୍ଜନ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ । ଶାଳବଣୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନରହରି ଜେନା ଅତିଥି ପରିଚୟ, ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତି ବାର୍ଷିକ ବିବରଣୀ ପାଠ, ଶିକ୍ଷକ ହେମନ୍ତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ମୁଖପତ୍ର ‘ଭିନ୍ନ ବାତାୟନ’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପରେ ବିଭିନ୍ନ ପ୍ରତିଭାଧର ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିିତ କରାଯିବା ସହ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ଟେଲି ଅଭିନେତ୍ରୀ ଗାର୍ଗୀ, ମ୍ୟାଜିକସିଆନ ଅଲେଖ ସରକାର ଏବଂ ଭୁବନେଶ୍ୱରସ୍ଥିତ ସୁର ଏଣ୍ଡ ରିଦିମର ସିଙ୍ଗର ପ୍ରଦୀପ କ୍ରିଷ୍ଣା ଓ ରାନୀଙ୍କ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମ ବେଶ ମନମୁଗ୍ଧକର ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଅରୁଣ କୁମାର ବାରିକ, ଜାହାରୁଦ୍ଦୀନ ସାହାଜୀ, ପ୍ରଫୁଲ୍ଲ କୁମାର ଜେନା, ରମାକାନ୍ତ ଜେନା, ଜଗନ୍ନାଥ ଦ୍ୱିବେଦୀ, ସେକ୍ ସାବୀର, ସେକ୍ ରିହାଜ୍ ଅଲ୍ଲୀ, ଶିକ୍ଷା କର୍ମଚାରୀ ଶରତ ସାହୁ, ବୁଦ୍ଧିରାମ ସାହୁ, ନେଜାମୁଦ୍ଦୀନ ଖାନଙ୍କ ସମେତ ପରିଚାଳନା କମିଟିର ସଭ୍ୟ ଏବଂ ବନ ବିହାରୀ ଉପ୍ରା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ବନବିହାରୀ ସରକାରୀ ଉପ୍ରା ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଏବଂ ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ