ଶ୍ରୀ ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ହାଟଡିହି (ଓ୍ବାଇଏନଏସ):  ଶ୍ରୀ ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ସଢାର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନଶିକ୍ଷକ ଅଶୋକ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ଜେନା, ମୁଖ୍ୟବକ୍ତା ଭାବେ ଓଷ୍ଟା ର ବ୍ଲକ ସମ୍ପାଦକ ଶିଶିର କୁମାର ବିଶ୍ୱାଳ, ବିଶିଷ୍ଟ ଅତିଥି ଭାବେ ଏସ ଏମ ସି ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଫିସ ସହାୟକ ନୀଳାଦ୍ରି ରାଉତ, ପ୍ରମୁଖ ଯୋଗଦେଇ ଶୃଙ୍ଖଳା ହିଁ ଛାତ୍ର ଜୀବନର ମାପକାଠି ବୋଲି ବକ୍ତବ୍ୟ ରଖିବା ସହ ନିର୍ଭୟରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ଏହି ଅବସରରେ ବାର୍ଷିଜ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷୟତ୍ରୀ ନୟନବାଳା ନାୟକ, ନବଘନ ନାୟକ, ସ୍ୱାତୀ ସୁଚରିତା ବେହେରା, ସୁଷମା ମିଶ୍ର, ଆରତୀ ବେହେରା, ନିବେଦିତା ଚନ୍ଦ୍ରକଳା ଦେବୀ, ପ୍ରଫୁଲ ଚନ୍ଦ୍ର ଦାସ, ଶିକ୍ଷା କର୍ମଚାରୀ ରାଜେନ୍ଦ୍ର ନାରାୟଣ ସାହୁ, ଗାଲକ ବିହାରୀ ପଢ଼ିଆରୀ, ମହେଶ୍ୱର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ