ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ସଭା

ଆସିକା (ୱାଇଏନ୍‍ଏସ୍‍): ଅଲ୍‍ ଓଡିଶା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ମହାସଂଘ (ଏଓସିସିବିଇଏଫ) ଆସିକା ୟୁନିଟ୍‌ର ବାର୍ଷିକ ସାଧାରଣ ସଭା କର୍ମଚାରୀ ସଂଘର ଉପସଭାନେତ୍ରୀ ଗୀତାଞ୍ଜଳୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘର ଏହି ବାର୍ଷିକ ସାଧାରଣ ଅଧିବେଶନରେ ମୁଖ୍ୟ ଅତିଥି ରୂପେ ମହାସଂଘର ରାଜ୍ୟ ସାଧାରଣ ସଂପାଦକ ବିଷ୍ଣୁପ୍ରସାଦ ମହାନ୍ତି, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘର ପ୍ରାକ୍ତନ ସଭାପତି ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସଂପାଦକ ପବିତ୍ର ମୋହନ ପୋଲାଇ, ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ନେତା କମ୍ରେଡ୍‍ ଅଟଳ ବିହାରୀ ଶତପଥୀ ଓ କମ୍ରେଡ୍‍ ସନ୍ଦୀପ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଅଲ୍‍ ଓଡିଶା ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ମହାସଂଘ ଆସିକା ୟୁନିଟ୍‍ର ଏହି ବାର୍ଷିକ ସାଧାରଣ ସଭାରେ ରବିଋଣ ଲଗାଣ ଲକ୍ଷ୍ୟଧାର୍ଯ୍ୟ ପୂରଣ, ଜମା ସଂଗ୍ରହ, କୃଷି ଓ କୃଷକର ବିକାଶ ଲାଗି ସରକାର କାର୍ଯ୍ୟକାରୀ କରୁଥିବା ଚାଷୀ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ, ବ୍ୟାଙ୍କର ଆର୍ଥିକ ଅଭିବୃଦ୍ଧି ସମେତ ସମବାୟ ବ୍ୟାଙ୍କର ପ୍ରଗତିର ରଥକୁ ଆଗେଇ ନେବା ପାଇଁ ସଂକଳ୍ପ ନେବା ସାଙ୍ଗକୁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘର ଏହି ବାର୍ଷିକ ସାଧାରଣ ଅଧିବେଶନରେ ୨୦୨୬ ମସିହା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ରୂପେ ଯୋଗେଶ୍‍ ଚନ୍ଦ୍ର ସାମନ୍ତରାୟ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲା ବେଳେ ସାଧାରଣ ସଂପାଦିକା ରୂପେ ଗୀତାଞ୍ଜଳୀ ବେହେରା, ଉପଦେଷ୍ଟା ରୂପେ ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ନେତା ପ୍ରଦୀପ କୁମାର ପାଣିଗ୍ରାହୀ, ଉପସଭାନେତ୍ରୀ ରୂପେ ମମତା ପରିଡା, କାର୍ଯ୍ୟକାରୀ ସଭାପତି ରୂପେ କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ରୂପେ ଶ୍ରୀକାନ୍ତ ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ରୂପେ ଭବାନୀ ଶଙ୍କର ଷଡଙ୍ଗୀ, କାର୍ଯ୍ୟକାରୀ କମିଟି ସଦସ୍ୟ ରୂପେ ସନୋଜ କୁମାର ବିଷୋୟୀ, ସୁରଭିକା ପାତ୍ର, ଚାନ୍ଦିନୀ ସ୍ୱାଇଁ, ରଶ୍ମିତା ପଣ୍ଡା, ସୁଜାତା ତ୍ରିପାଠୀ, ଚିନ୍ମୟୀ ମୁଦୁଲି, ମହେଶ୍ୱର ବେହେରା, ବିଶ୍ୱଜିତ୍‍ ଭଟାରା, ବସନ୍ତ କୁମାର ଭୂୟାଁ, ବିଜୟ କୁମାର ପଣ୍ଡା, ରଂଜିତ୍‍ ବିଶ୍ୱାଳ, ସବ୍ୟସାଚୀ ମଲ୍ଲ, ନାରାୟଣ ପଟ୍ଟନାୟକ, ଅବିନାଶ ବିଶ୍ୱଜିତ୍‍, ସୋନାଲିସା ଦାଶ ପ୍ରମୁଖଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ରୂପେ ସୁସଂଗଠକ ଯୋଗେଶ୍‍ ଚନ୍ଦ୍ର ସାମନ୍ତରାୟ ଓ ସାଧାରଣ ସଂପାଦିକା ରୂପେ ସୁସଂଗଠିକା ଗୀତାଞ୍ଜଳୀ ବେହେରା ମନୋନୀତ ହୋଇଥିବାରୁ ସେମାନଙ୍କୁ ବିଭିନ୍ନ ମହଲରେ ସ୍ୱାଗତ ଓ ଶୁଭେଚ୍ଛାର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘର ଏହି ବାର୍ଷିକ ସାଧାରଣ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ କର୍ମଚାରୀ ସଂଘର ସଦସ୍ୟ ଦୀପକ କୁମାର ସାହୁ, ଗୀତା ମଣ୍ଡଳ, ସନତ ମରାଣ୍ଡି, ଅଭିମନ୍ୟୁ ବଳିଆରସିଂ, ବିଶ୍ୱଜିତ୍‍ ପଣ୍ଡା, କେ.ବିଶ୍ୱଜିତ୍‍, ସ୍ୱୟଂପ୍ରଭା ବାରିକ, ଶାଶ୍ୱତ ଗୌଡ, ଜିତେନ୍ଦ୍ର କୁମାର ଗୌଡଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର କର୍ମଚାରୀ ସଂଘର ସଂଗଠନକୁ ରାଜ୍ୟର ଏକ ଅଗ୍ରଣୀ, ଆଦର୍ଶ ସଂଗଠନରେ ପରିଗଣିତ କରିବା ସହ ସଂଘର ସଦସ୍ୟମାନେ ବ୍ୟାଙ୍କର ଅର୍ଥନୈତିକ ବିକାଶ ଓ ସମ୍ମାନ ବୃଦ୍ଧି କରିବା ସାଙ୍ଗକୁ ସୁନାମକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ ପ୍ରୟାସ ଜାରି ରଖିବାକୁ କର୍ମଚାରୀ ସଂଘର ନୂତନ ସାଧାରଣ ସଂପାଦିକା ଗୀତାଞ୍ଜଳୀ ବେହେରା ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ